ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ମୂର୍ତ୍ତି ପ୍ରସ୍ତୁତି କରିଛନ୍ତି ସୂର୍ଯ୍ୟକାନ୍ତ

ନାମ:- ସୂର୍ଯ୍ୟକାନ୍ତ ଦାସ

ଠିକଣା:- ଦତ୍ତତୋଟା, ଜଗନ୍ନାଥ ଲେନ୍।

ପୁରୀ ଏହି ମୂର୍ତ୍ତି ମୁଁ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ କରିଅଛି। ଏହି ମୂର୍ତ୍ତି କୁ ଗଢିବା ପାଇଁ ମୋତେ ୪୮ ଘଣ୍ଟା ସମୟ ଲାଗିଛି। ଏହି ମୂର୍ତ୍ତିରେ ମୁଁ ମଇଦା, ଚାହା ପତି, ଚକଲେଟ୍ ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରିଅଛି। ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୫ ଇଞ୍ଚ ଏବଂ ଏହି ମୂର୍ତ୍ତିର ଓଜନ ପ୍ରାୟ ୧୫୦ ଗ୍ରାମ। ୪ ଦିନ ବ୍ଯାପି ମା ଦୁର୍ଗାଙ୍କର ଆରାଧନା କରାଯାଏ, ଲକ୍ଷ ଲକ୍ଷ ଭକ୍ତ ଏକାଠି ହୁଅନ୍ତି ମା’ ଙ୍କର ଆଶୀର୍ବାଦ ପାଇବାକୁ। କିନ୍ତୁ ଏହି ବର୍ଷ ମହାମାରୀ କୋରୋନା ଯୋଗୁଁ ମା’ ଙ୍କର ଦର୍ଶନ ବନ୍ଦ। ମୁଁ ଏହି ମୂର୍ତ୍ତି ଜରିଆରେ ସମସ୍ତଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ଆମେ ସମସ୍ତେ ଘରେ ବସି ମହିଷାସୁରମର୍ଦ୍ଦିନୀ ମା’ ଦୁର୍ଗାଙ୍କ ନିକଟରେ ଏହି ପ୍ରାର୍ଥନା କରିବା ଯେ ଏହି କୋରୋନା ନାମକ ମହାମାରୀକୁ ନାଶ କରନ୍ତୁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ପୂର୍ବ ଭଳି ପ୍ରଦାନ କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *