ଲଭ ବାର୍ଡ ଆରେଷ୍ଟ

ପୁରୀ:୧୯/୧୦- ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ତେବେ ସବୁଠୁ ବଡ଼ କଥା ହେଉଛି ମୋବାଇଲ ଲୁଟ କରୁଥିବା ଏହି ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ। ଗିରଫ ପ୍ରେମୀ ଯୁଗଳ ହେଲେ ପୁରୀ ବାସେଳୀ ସାହି ତ୍ରିଦେବ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ ଓ ପିପିଲି ଡେଲଟା କଲୋନୀର ଲକ୍ଷ୍ମୀପ୍ରୀୟା ବିଶ୍ବାଳ। ତେବେ ଏହି ପ୍ରେମୀ ଯୁଗଳ ଅଭିନବ ଉପାୟରେ ବିଭିନ୍ନ ଅଞ୍ଚଳରୁ ମୋବାଇଲ ଲୁଟ କରୁଥିଲେ। ତଦନ୍ତ ବେଳେ ଏମାନଙ୍କ ଲୁଟ୍ କଥା ଶୁଣି ପୋଲିସ ବି ତାଯୁବ ହୋଇଯାଇଛି। ଏହି ପ୍ରେମୀ ଯୁଗଳ ମୁଖ୍ୟତଃ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ମୋବାଇଲ ଲୁଟ କରୁଥିଲେ। ରାସ୍ତାରେ ଯାଉଥିବା ଛାତ୍ରଛାତ୍ରୀଙ୍କ ଏକୁଟିଆର ସୁଯୋଗ ନେଇ ଏହି ଯୁବତୀ ଲୁଟେରା ଜଣକ ତାଙ୍କ ପାଖକୁ ଯାଇ ଅସୁବିଧାରେ ଅଛି କହିବା ସହ ଘର ଲୋକଙ୍କ ସହ କଥା ହେବା ପାଇଁ ଅନୁରୋଧ କରି ମୋବାଇଲ ନେଉଥିଲା। ଟିକେ ଅନ୍ୟ ମନସ୍କ ହେଲେ ସଂଗେସଂଗେ ପୂର୍ବରୁ ବାଇକ୍ ନେଇ ପ୍ରସ୍ତୁତ ଥିବା ଯୁବତୀଙ୍କ ପୁରୁଷ ବନ୍ଧୁ ଯୁବତୀଙ୍କୁ ଗାଡିରେ ବସାଇ ମୋବାଇଲ ନେଇ ଫେରାର ହୋଇ ଯାଉଥିଲେ। ତେବେ ଗତକାଲି ପୁରୀ ଗୋଖା ସାହିରେ ଏଭଳି ଅଭିନବ ଉପାୟରେ ମୋବାଇଲ ଲୁଟ୍ ପରେ ପୋଲିସ ଅନୁସନ୍ଧାନ କରିଥିଲା। ଆଜି ପୁରୀ ମଶାଣି ଚଣ୍ଡୀ ଛକରେ ଏହି ପ୍ରେମୀ ଯୁଗଳ ଲୁଟ୍ କରିଥିବା ମୋବାବଲ ବିକ୍ରି କରୁଥିବା ପୋଲିସ ପାଖରେ ଖବର ପହଁଚିବା ପରେ ଟାଉନଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ଚଢ଼ାଉ କରିଥିଲେ। ଉଭୟ ପ୍ରେମୀ ଯୁଗଳଙ୍କୁ ଧରିବା ସହ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।