ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଆଜି ସକାଳ ୧୦ଟା ରୁ ଅପରାହ୍ନ ୪ଟା ଯାଏଁ ଦେଶବ୍ୟାପୀ ରେଳରୋକ କରାଯାଇଛି। ପୁରୀ ରେଳ ଷ୍ଟେସନରେ ରେଳରୋକ ଶାନ୍ତିପୂର୍ଣ ଭାବେ କରାଯାଇଛି।ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରା କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ,ଏହି ଘଟଣାର ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା,କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ରଦ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ବ୍ୟବସ୍ଥା କରିବା ଦାବୀରେ ଏହି ଆନ୍ଦୋଳନ କରାଯାଇଛି।

Leave a Reply

Your email address will not be published. Required fields are marked *