ଡିଜିଟାଲ ଆର୍ଟ

ଆଉ ଗୋଟିଏ ଦିନ ପରେ ପବିତ୍ର ଗଜଳଷ୍ମୀ ପୂଜା ସହ କୁମାରପୂର୍ଣ୍ଣମୀ।ଏହା ପୂର୍ବରୁ ଗଜଳଷ୍ମୀ ପୂଜା ଉପଲକ୍ଷେ ଡିଜିଟାଲ ଆର୍ଟ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ପୁରୀ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ।ଏହି ଆର୍ଟ କରିବା ପାଇଁ ତାଙ୍କୁ ୫ଦିନ ସମୟ ଲାଗିଥିଲା।କୋଭିଡ କଟକଣା ପାଇଁ ଧୁମଧାମରେ କୌଣସି ପର୍ବପର୍ବାଣୀ ପାଳନ ହୋଇପାରୁନାହିଁ।ଆସନ୍ତାବର୍ଷ ସବୁକିଛି ଠିକ ହେବ ବୋଲି ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।