ସାମ୍ବାଦିକଙ୍କ ଦୁଃଖ ବୁଝିଲେ ଯୁବ ସମାଜସେବୀ ସିତାଂଶୁ

ଭଦ୍ରକ :୧୮/୧୦:- କେବଳ ନାମକୁ ମାତ୍ର ୪ର୍ଥ ସ୍ତମ୍ଭ ମାନ୍ୟତା ପାଇଥିବା ସାମ୍ବାଦିକ ମାନେ ଏବେ ବିଭିନ୍ନ ସମସ୍ୟାରେ ଗତ୍ତି କରୁଛନ୍ତି । ପାର୍ଟ ଟାଇମ ସାମ୍ବାଦିକ ମାନଙ୍କୁ ଛାଡିଦେଲେ ପେଷାଦାର ସାମ୍ବାଦିକ ମାନେ ଏବେ ନିଜକୁ ଅସହାୟ ଓ ଅସୁରକ୍ଷିତ ମଣୁଛନ୍ତି । ଏପରି ଅବସ୍ଥାରେ କିଛି ସାମ୍ବାଦିକ ମାନଙ୍କୁ ସରକାରୀ ସାହାଯ୍ୟ ମିଳୁଥିବା ବେଳେ ଆଉକିଛି ଦୁଃଖରେ ଜୀବନ କାଟୁଛନ୍ତି । ଏପରି ସମସ୍ୟା ଭଦ୍ରକ ଜିଲ୍ଲାର ଅନେକ ସାମ୍ବାଦିକ ମାନେ ଭୋଗୁଥିବା ବେଳେ ଏବେ କିଛି ସାମାଜିକ ସଙ୍ଗଠନ ସେମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି । ଭଦ୍ରକର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରୁ ସୌମିତ୍ର ସିକଦର ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିବାବେଳେ ବିଭୁପ୍ରସାଦ ବେହେରା ଦୀର୍ଘଦିନ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଏମାନଙ୍କ ପାଇଁ ସାଥି ସାମ୍ବାଦିକ ମାନେ ଚିନ୍ତିତ ଥିବାବେଳେ ସହିଦ ଭଗତସେନାର ସେନାପତି ସିତାଂଶୁ ଶେଖର ମହାପାତ୍ର ଆସି ତାଙ୍କ ଘରେ ଭେଟିଛନ୍ତି ଓ ତାଙ୍କ ଦୁଃଖରେ ସାମିଲ ହୋଇଛନ୍ତି । ସାମ୍ବାଦିକ ବିଭୁ ପ୍ରସାଦ ବେହେରାଙ୍କ ତୁରନ୍ତ ଚିକିତ୍ସା ପାଇଁ ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ବର ସ୍ଥିତ ଆପଲୋ ହସପିଟାଲରେ ଅସ୍ତ୍ରୋପଚାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।ଏପରି କାର୍ଯ୍ୟକୁ ଭଦ୍ରକ ମିଡ଼ିଆ କ୍ଳବ ପକ୍ଷରୁ ସ୍ଵାଗତ କରାଯାଇଛି ।

ରିପୋର୍ଟ :ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *