ବିକାଶ ଫାଉଣ୍ଡେସନ ପକ୍ଷରୁ ୧୧୩ ଜଣଙ୍କୁ ଆକ୍ଵାଗାର୍ଡ ପ୍ରଦାନ

– ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ଗଡଜାତ ଭବନ ଠାରେ ବିକାଶ ଫାଉଣ୍ଡେସନ ଆନୁକୂଲ୍ୟରେ ଏନବିସିସି ପକ୍ଷରୁ ଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ଵାଗାର୍ଡ ବଣ୍ଟନ କରାଯାଇଛି। ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନଙ୍କ ତତ୍ୱାବଧାନରେ ଏନବିସିସିର ଜେନେରାଲ ମ୍ୟାନେଜର ଦେବାଶିଷ ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଯୋଗଦାନ କରିଥିଲେ। ସେହିପରି ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟଶାଣୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫାଉଣ୍ଡେସନର ଲକ୍ଷ ଏବଂ ସମାଜ ପାଇଁ ଏହାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଥିବା ପରଜଙ୍ଗ,କାମାକ୍ଷାନଗର, ହିନ୍ଦୋଳ ଓ ସଦର ନିର୍ବାଚନ ମଣ୍ଡଳୀରୁ ୧୧୩ ଜଣଙ୍କୁ ଆକ୍ଵାଗାର୍ଡ ପ୍ରଦାନ କରାଯାଇଛି। ପ୍ରାଥମିକ ସ୍ତରରେ ଶିଶୁ ବିଦ୍ୟାମନ୍ଦିର ଓ ଅନୁଷ୍ଠାନ ଏବଂ ମହିଳା ମାନଙ୍କୁ ଆକ୍ଵାଗାର୍ଡ ପ୍ରଦାନ କରାଯାଇଛି। ଶୁଦ୍ଧ ପାନୀୟ ଜଳ ପାଇଁ ବିକାଶ ଫାଉଣ୍ଡେସନ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *