ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ମିଳିତ ବୈଠକଧରାକୋଟ

ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ,ଶିକ୍ଷକ ଓ ଉନ୍ନୟନ କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏ ବି ଇ ଓ ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର, ସି ଆର ସି ସି ଜଗନ୍ନାଥ ପଢ଼ିହାରି,ଶିକ୍ଷକ ଵିଧୁ ଭୂଷଣ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟ ର ସୁପରିଚାଳନା ଓ ଉନ୍ନୟନ କାର୍ଯ୍ୟ ର ସଠିକ ପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ପୂର୍ଣ୍ଣ ଚନ୍ଦ୍ର ନାୟକ,ଉପ ସଭାପତି ଭାବରେ ଜୟନ୍ତୀ ଦାସ ସଭ୍ୟ,ସଭ୍ୟା ଭାବରେ ମାଳତି ସେଠୀ,ସୁଜାତା ସେଠୀ,ଯମୁନା ବେହେରା,ସାବିତ୍ରୀ ନାୟକ,ଉଷାରାଣୀ ଡାକୁଆ,ରାଜେନ୍ଦ୍ର ଦାସ,ସୁଶାନ୍ତ ସ୍ୱାଇଁ,ରାମଚନ୍ଦ୍ର ବେହେରା,ରୋହିତ ଗୌଡ଼ ଓ ବିଜୟ ଗୌଡ଼ ମନୋନୀତ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟର ସୁପରିଚାଳନା,ଉନ୍ନୟନ କାର୍ଯ୍ୟ ର ସୁବିନିଯୋଗ,ଗୁଣାତ୍ମକ ଶିକ୍ଷାର ବିକାଶ,ଛାତ୍ର ଛାତ୍ରୀ ଙ୍କ ଶୃଙ୍ଖଳା ଜ୍ଞାନ ବଜାୟ ରଖିବା,କର୍ମଚାରୀ ମାନଙ୍କ ସଠିକ ଦାୟିତ୍ଵ ନିର୍ବାହ ସହ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ତଥ୍ୟ ଭିତ୍ତିକ ଆପ ଲୋଡ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ସ୍ଵାଗତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ସୁରେଶ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ବୈଠକରେ ୱାର୍ଡ ମେମ୍ବର ଅଶୋକ ଗୌଡ଼,ପୂର୍ବତନ ସଭାପତି ବାପୁନି ,ସ୍ୱାଇଁ ,ଶିଶିର ରାଜ ଙ୍କ ସମେତ ସମସ୍ତ ଅଭିଭାବକ ଉପସ୍ଥିତ ରହିଥିଲେ।