ହାଃ କୃଷ୍ଣ ବୋଲି ଯାଉ ଜୀବ’ ଆଡ଼ପ ମଣ୍ଡପ ଠାରେ ପରିବେଷିତ

ସୋରଡା (): ସୋରଡ଼ା ଆଡ଼ପ ମଣ୍ଡପ ଯୁବକ ସଂଘ ଦ୍ୱାରା ଆୟୋଜିତ ଶ୍ରୀଶ୍ରୀ ମା ଲକ୍ଷ୍ମୀ ପୂଜା ପୂର୍ଣ୍ଣାହୂତି ଅବସରରେ କଳା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସୋରଡାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ରୂପେ ପରିଚିତ ଆମେ କଳାକାର ଦ୍ଵାରା ଯାତ୍ରା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନାଟକ ‘ହାଃ କୃଷ୍ଣ ବୋଲି ଯାଉ ଜୀବ’ ଆଡ଼ପ ମଣ୍ଡପ ଠାରେ ପରିବେଷିତ ହୋଇଥିଲା। ନାଟକ ପ୍ରାରମ୍ଭରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନାଟକ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଆମେ କଳାକାର ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ କଳାକାର ମାନଙ୍କୁ ଉତ୍ସାହିତ କରିଥଲେ।ମଞ୍ଚସ୍ଥ ନାଟକରେ ଅଭିନେତା ଶିବଦାସ, ପ୍ରଶାନ୍ତ ରଥ,ଶଶାଙ୍କ ଦାସ, ଦିଲୁ ପ୍ରଧାନ, ପିଙ୍କୁ ଅଧିକାରୀ, ବାୟା ଗୋଚ୍ଛାୟତ, ଭଗବାନ ଗୋଡ଼, ଶକ୍ତି ସୁଆର, ପୁଜା ରଣସିଂହ, ସଞ୍ଜୟ ପଣ୍ଡା ଓ ଟିଟି ଦାସ ଅଭିନୟ କରିଥିବା ବେଳେ ନାରୀ ଅଭିନେତ୍ରୀ ଭାବେ ରୀନା, ପୂଜା, ପୁଷ୍ପା, ଉଷା, ପ୍ରତିମା ଅଭିନୟ କରିଥିଲେ। ନାଟକ ଟିକୁ ଶିବ ପ୍ରସାଦ ଦାସ, କାଳୀ ଚରଣ ପ୍ରଧାନ ଓ ସଞ୍ଜୟ ପଣ୍ଡା ନିର୍ଦ୍ଦେଶନା ଦେଇଥିଲେ। ସଭାପତି ସଞ୍ଜୟ ମହାରଣା, ମୂଖ୍ୟ ପରିଚାଳକ ପ୍ରମୋଦ ଅଧିକାରୀ, ସହ ପରିଚାଳକ କାଶୀନାଥ ସାହୁ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଭାବେ ହରପ୍ରସାଦ ଚ୍ୟାଉ ପଟ୍ଟନାୟକ, ପ୍ରମୋଦ ପଣ୍ଡା ଓ ଅନୀଲ କୁମାର ଦାସ ଥିଲେ। ବୁଡୁ ମୁନୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ପୋଲସରା ସମୀର ଚିତ୍ରାଳୟ ମଞ୍ଚ ସାଜସଜ୍ଜା ସହ ଶବ୍ଦ ଓ ଆଲୋକ ବ୍ୟବସ୍ଥା କରିଥିଲେ। ମଞ୍ଚସ୍ଥ ନାଟକରେ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କ ଅତ୍ୟନ୍ତ ଉଚ୍ଚ କୋଟିର ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା। ଏପରିକି ସୋରଡାରେ ପୂର୍ବରୁ ପ୍ରଦର୍ଶିତ ସମସ୍ତ ନାଟକ ଗୁଡ଼ିକ ଠାରୁ ବର୍ତ୍ତମାନର ପ୍ରଦର୍ଶିତ ନାଟକ ହା କୃଷ୍ଣ ବୋଲି ଯାଉ ଜୀବ ଟପି ଯାଇଥିବା ଦର୍ଶକଙ୍କ ଠାରୁ ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *