ଆସିକା ବିଧାୟକ ଏବଂ ଅଧ୍ୟକ୍ଷଙ୍କ ଦ୍ବାରା ବିଜ୍ଞାନ ମହାବିଦ୍ୟାଳୟର ଶୈକ୍ଷିକ ସୌଦ୍ଧ ଉନ୍ମୋଚ଼ନ
*।*ଆସିକା ତା ୧୮/୧୨: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ କର କମଳରେ ଓ.ଏଚ.ଇ.ପି.ଇ. ର ଅନୁଦାନରେ ନିର୍ମାଣାଧିନ ତିନିମହଲା ବିଶିଷ୍ଠ ଶୈକ୍ଷିକ ସୌଦ୍ଧ ଆନୁଷ୍ଠାନିକ ରୂପେ ଉନ୍ମୋଚ଼ନ ହୋଇଯାଇଛି। ଆଜି ପ୍ରାତଃ ୮ଘଣ୍ଟ ସମୟରୁ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଦ୍ବାରା ହୋମ-ଯଜ୍ଞ ବୈଦିକ ମନ୍ତ୍ରାଦି ଦ୍ବାରା ଶୈକ୍ଷିକ ସୌଦ୍ଧକୁ ପବିତ୍ର କରାଯାଇଥିଲା। ତତ୍ପଶ୍ଚାତ ଆସିକା ବିଧାୟକଙ୍କ ଉପସ୍ଥିତିରେ ଏହି ଶୈକ୍ଷିକ ସୌଦ୍ଧକୁ ଆନୁଷ୍ଠାନିକ ରୂପେ ଉନ୍ମୋଚ଼ନ କରାଯାଇଛି। ରସାୟନିକ, ପଦାର୍ଥ ବିଜ୍ଞାନ, କମ୍ପୁଟର ପ୍ରୟୋଗଶାଳା, ତଥା ବିଜ୍ଞାନ, ବାଣିଜ୍ୟ ଏବଂ କଳାର ସମସ୍ତ ବିଭାଗର ସୈଦ୍ଧାନ୍ତିକ ଶ୍ରେଣୀଗୃହ ନିମନ୍ତେ ସମସ୍ତ ବିଭାଗର ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କୁ ଛାତ୍ରଛାତ୍ରୀମାନଙ୍କ ପଠନ ସମ୍ବନ୍ଧୀୟ ଉତ୍ତୋରତ୍ତର ଉନ୍ନତିକାମନା କଳ୍ପେ ହସ୍ତାନ୍ତର କରିବାର ନଜିର ରହିଛି। ସ୍ମାର୍ଟ କ୍ଳାସ୍ ଏବଂ ପ୍ରୟୋଗଶାଳା ପାଇଁ ମଧ୍ୟ ଏହି ସୌଦ୍ଧରେ ସିସି କ୍ୟାମେରା ଏବଂ ୱାଇଫାଇ ସହ ଉନ୍ନତମାନର ସରଞ୍ଜାମ ଖଞ୍ଜା ଯିବାର ବ୍ୟବସ୍ଥା ପରିଲକ୍ଷିତ ହୋଇଛି। ସଂମ୍ପ୍ରତି ଅଧ୍ୟକ୍ଷ ଏବଂ ଆସିକା ବିଧାୟକଙ୍କ ଅକ୍ଳାନ୍ତ ପ୍ରଚ଼େଷ୍ଠାରେ ଏହି ଭବ୍ୟ ପଦକ୍ଷେପ ଓ ସୌଦ୍ଧ ଉନ୍ମୋଚ଼ନ ଦ୍ବାରା ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକ ମହଲରେ ହର୍ଷଉଲ୍ଲାସର ଲହରୀ ଖେଳିଯାଇଛି। ଏହି ଆଧୁନିକ ତଥା ଉନ୍ନତମାାନର ଶୈକ୍ଷିକ ସୌଦ୍ଧର ନିର୍ମାଣ ଦ୍ବାରା ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ଏବଂ ମର୍ଯ୍ୟାଦାକୁ ଦୁଇଗୁଣିତ କରିପାରିଛି ବୋଲି ଆସିକା ଅଞ୍ଚଳର ସମସ୍ତ ଜନତା ଆସିକା ବିଧାୟକ ତଥା ସ୍ବକଲେଜ ଅଧ୍ୟକ୍ଷଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।