କାମାକ୍ଷାନଗରରେ ସାରଥୀଙ୍କ କ୍ରେଜ

r -ପୁଣି ସାରଥୀ କ୍ରେଜ। ଧୂପ, ଦ୍ୱୀପ, ଭଜନ କୀର୍ତ୍ତନରେ ମତୁଆଲା ହେଲେ ସାରଥୀ ଫ୍ୟାନ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଖଟୁଆହତାରେ ବାବା ସାରଥୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ସହ ବିଶାଳ ଫାଟକ ସହ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଗଗନପବନ। କଟକ, ଯାଜପୁର, ଆଠଗଡ଼, ଅନୁଗୁଳ, ପୁରୀ, ଢେଙ୍କାନାଳ, ଭୁବନ, କାମାକ୍ଷାନଗର ଆଦି ଅଂଚଳରୁ ଶତାଧିକ ସାରଥୀ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏବେ ବି ସାରଥୀ ଭଜନ ସହ ସାରଥୀଙ୍କ ଗୁଣ ଗାନ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।ସାରଥୀ ବାବା ହେଉଛନ୍ତି ଆମ ପାଇଁ ପ୍ରଭୁ ନାରାୟଣ ଯିଏ ଯାହା କହିଲେ ବି ଆମର କିଛି ଫରକ ପଡିବନି ନାହିଁ ଏବଂ ଆମେ ପ୍ରଭୁ ସାରଥୀଙ୍କୁ ଯେମିତି ପୂର୍ବରୁ ପୂଜା କରିଥିଲୁ,ଏବେ ବି ପୂଜା କରୁଛୁ ତାହା ଆଗକୁ ପୂଜା ଜାରି ରହିବ ବୋଲି ତାଙ୍କର ଭକ୍ତ ମାନେ କହିଛନ୍ତି । ତା ସହିତ ସାରଥୀଙ୍କୁ ନେଇ ତାଙ୍କ ନାଁ ରେ ଯେଉଁ ଅପବାଦ ହେଉଛି ସେସବୁ ମିଥ୍ୟା ବୋଲି ଭକ୍ତ ମାନେ ଯୁକ୍ତି ବାଢ଼ିଛନ୍ତି। କାହାକୁ ନେଇ ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *