ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗୋପବନ୍ଧୁ ନଗର,୧୮/୧୨():- ଗୋପବନ୍ଧୁ ନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ ସ୍ତରୀୟ ତ୍ରିଦିବସୀୟ ସାମାଜିକ ଲିଙ୍ଗ ଭିତ୍ତିକ ବିଭେଦରେ ସମତା ଆଣିବା ପ୍ରୟାସରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁରୁଣା ବାରିପଦା ରିଜିଓନାଲ ଏକାଡେମୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରର ଉଦଘାଟନ ଉତ୍ସବରେ ସହଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଂଜିତା ପଣ୍ଡା ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାସ୍ଵତୀ ସିଟ୍ ଉପସ୍ଥିତ ଥିଲେ। ଶିବିରର ପ୍ରଶିକ୍ଷକ ଭାବେ ଶିକ୍ଷକ ପ୍ରିୟବ୍ରତ ବାରିକ,ସୁନୀଲ କୁମାର ମହାଳିକ, ପଦ୍ମିନୀ ପାଢ଼ୀ ଓ ଦୀପାଞ୍ଜଳୀ ଉପାଧ୍ୟାୟ ଯୋଗଦେଇ ସୁଚିନ୍ତିତ ଢଙ୍ଗରେ ତାଲିମ ଦେଇଥିଲେ। ସାମାଜିକ ବିଜ୍ଞାନ ପଢ଼ାଉଥିବା ୫୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ତାଲିମ ଶିବିରକୁ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ଃ ଅଭିମନ୍ୟୁ ସେଠୀ ପରିଦର୍ଶନ କରିଥିଲେ। ଶେଷ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ବି.ଆର.ସି.ସି. କୁଳମଣି ନାଏକଙ୍କ ଉପସ୍ଥିତିରେ ମାନପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *