ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଜଳ ଯୋଗାଣ ଅବ୍ୟବସ୍ଥା ସାମ୍ନାକୁ ଆସିଛି

ବ୍ରହ୍ମପୁର :-୨୧/୧୨( ) ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଜଳ ଯୋଗାଣ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଏଠି ନର୍ଦ୍ଧମା ଭିତରେ ମାଳ ମାଳ ପାଣି ପାଇପ୍ ପଡ଼ି ରହିଛି। ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଓ ସ୍ୱାସ୍ଥ୍ୟକର ପରିବେଶ ରେ ଜଳ ଯୋଗାଣ କରୁଥିବା ଦେଖିବାକୁ ମିଳିଛି, ଗୋଟିଏ ବା ଦୁଇ ଟି ସ୍ଥାନରେ ନୁହଁ ଅନେକ ସ୍ଥାନରେ ନାଳ ନର୍ଦ୍ଧମା ଭିତରେ ପିଇବା ପାଣି ପାଇପ ଲାଇନ ନେଇ ଲୋକଙ୍କୁ ପିଇବା ପାଣି ଯୋଗାଣ ହେଉଥିବା ଦେଖାଯାଉଛି, କେତେକ ସ୍ଥାନରେ ନାଳ ମଧ୍ୟରେ ମୁଖ୍ୟ ପାଇପ ଲାଇନ ଫାଟି ପାଣି ବାହାରେ ନଷ୍ଟ ହେବା ଓ ମୁଖ୍ୟ ପାଇପ ଲାଇନ ରେ ଜଳଯୋଗାଣ ବନ୍ଦ ସମୟରେ ସେହି ନର୍ଦ୍ଧମା ପାଣି ପାଇପ ଲାଇନ ଭିତରେ ପଶି ସାଧାରଣ ଲୋକ ଙ୍କ ଘରକୁ ପିଇବା ପାଣି ଭାବେ ଯୋଗାଣ କରାଯାଇଥାଏ l ସେହିପରି ସହରର ଗେଟ୍ ବଜାର,ରମ୍ଫାସାହି, ତୁଳସୀ ନଗର,ଦଳୁଆ ସାହି, ଆସିକା ରୋଡ୍, ଧାନମେରା ସାହି, ନୀଳାଦ୍ରି ବିହାର, ଖଲାସି ସାହି, ମିଲିଟାରୀ ଲାଇନ୍,ପୁରୁଣା ଖ୍ରୀଷ୍ଟିୟାନ ସାହି ,ବଡ଼ବଜାର ଓ ସାନ ବଜାର ଆଦି ଅଧିକାଂଶ ଅଞ୍ଚଳରେ ଘରୋଇ ପାଇପ ଲାଇନ ନର୍ଦ୍ଧମା ମଧ୍ୟରେ ନେଇ ଲୋକଙ୍କ ଘରେ ଦିଆଯାଇଥିବା ଦେଖିବାକୁ ମିଳିଛି l

ଏଭଳି ଅସ୍ୱାସ୍ଥ୍ୟକର ପରିବେଶର ପାଣି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ନିଶ୍ଚିତ l ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଜାନିବିଲି ପାଣି ପ୍ରକଳ୍ପ ଦ୍ବାରାଜାନିବିଲିରୁ ପାଣି ଅଣାଯାଇ ଦକ୍ଷିଣପୁର ଓ ଜଗଦଳପୁର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଇ ବିତରଣ ପାଇଁ ଘରକୁ ଯୋଗାଣ ସୁବିଧା ଯୋଗାଇ ଥିବା ବେଳେ ଜଳ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମନୋମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି l ଆଗାମୀ ଦିନରେ ବ୍ରହ୍ମପୁର ସହର ବାସୀଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ତ୍ରୁଟି ଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ପଦକ୍ଷେପ ନେବା ଆବଶ୍ୟକ l

Leave a Reply

Your email address will not be published. Required fields are marked *