ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା।
ରଘୁନାଥପୁର ତା୨୩/୧୨ , ସୋମବାର ରଘୁନାଥପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ପାରାଦ୍ଵୀପ ଗ୍ରସ୍ତ ସହିତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ . ଏହି ଅବସରରେ ରଘୁନାଥପୁର ବ୍ଲକଦେଇ ତାଙ୍କର ଗ୍ରସ୍ତ ସମୟରେ ପୂର୍ବପ୍ରସ୍ତୁତି ଅନୁଯାୟୀ ରଘୁନାଥପୁର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଆଇନଜିବୀ ରାଜକିଶୋର ବେହେରାଙ୍କ ନେତୣତ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜଗସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ, କଟକ ସଦର ବିଧାୟକ ପ୍ରକାଶ ସେଠୀ,ଆଇନଜିବୀ ଗଗନ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା,ଯୁବନେତା ସରୋଜ କାନ୍ତ ସ୍ଵାଇଁ, ଚିକିଣିଆ ସରପଞ୍ଚ ବିଷ୍ଣୁ ଚରଣ ସେଠୀ,ଭଗବାନ ସ୍ଵାଇଁ, ଗଣେଶ୍ବର ସାହୁ,ପ୍ରଭଞନ ମଲ୍ଲିକ, ଶେଷଦେବ ସେଠୀ,ସରୋଜ ଦାସ, ବଳରାମ ଦଳାଇ ସ୍ଵରାଜ ଶାମଲ,ସତ୍ୟବ୍ରତ ପଣ୍ଡା, ଜଗନ୍ନାଥ ସ୍ବାଇଁ, ବିଶ୍ବଜିତ ନାୟକ, ଦିପ୍ତି ରଂଞନ ସାହୁ, ଶିବ ପ୍ରସାଦ ଦାସ, ଙ୍କ ସମେତ ବିରିଡି, ଜଗତସିଂହପୁର ବ୍ଲକର ମଣ୍ଡଳ ସଭାପତି, କାର୍ଯ୍ୟକାରୀ ସଭାପତି, ଛାମୁଆ ନେତା ଓ ହଜାରହଜାର ପୁରୁଷ ଓ ମହିଳା କର୍ମୀ ମାନେ ଯୋଗଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ରଘୁନାଥପୁର ବ୍ଲକ ଛକ ଏକ ପ୍ରକାର ଲୋକାରର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଥିଲା।ଆଇନ ସୣଙ୍ଖଳା ରକ୍ଷା କରିବା ପାଇଁ ମାଜିଷ୍ଟେଟ ଭାବେ ରଘୁନାଥପୁର ତହସିଲ ଦାର ଅଭିପିଶା ପଟ୍ଟନାୟକ, ଆଇଆଇସି ସୁଶାନ୍ତ କୁମାର ସେଠୀ ଓ ଏସଆଇ ଯୋଗେଶ୍ବର ବେହେରା ସଦଳବଳେ ଉପସ୍ଥିତ ରହିଥିଲେ।ସେହିପରି ଏହିବ୍ଲକ ଅଧି ତାରପୁର ବାଇପାସ ଛକରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ସଂଯୋଜକ ସୁବଧ ବାରିଙ୍କ ଓ ଏସି ମୋର୍ଚ୍ଚା ସଭାପତି ବାମଦେବ ମଲ୍ଲିକ ନେତୣତ୍ୟରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଜଇପୁର ଛକରେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କ ନେତୣତ୍ୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ