33kv. ବିଦ୍ୟୁତ୍ ତାରାକୁ ନେଇ ଜନସାଧାରଣଙ୍କ ତୀବ୍ର ବିରୋଧ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ରେ ଟାଟା ପାୱାର ଜରିଆରେ ଜଗତ୍ସିଂହପୁର ସଦର ମହକୁମା ଠାରୁ ରଘୁନାଥପୁର ପର୍ଯ୍ୟନ୍ତ 33kv. ବିଦ୍ୟୁତ ଲାଇନ କାର୍ଯ୍ୟ ଚାଲିଛି. ଏହି 33kv.ଲାଇନ୍ ର ବିଦ୍ୟୁତ୍ ତାର ଧରାଧରାପୁର ଓ ଜଗନ୍ନାଥପୁର ରାସ୍ତା ଦେଇ ଯାଉଥିବାରୁ ଏହି ମୁଖ୍ୟ ରାସ୍ତା କଡରେ ସ୍କୁଲ,ସ୍ଥାୟୀ ବାସିନ୍ଦା ଙ୍କ ର ଗୃହ ମଧ୍ଯ ରହିଅଛି. ପରିତାପର ବିଷୟ କୌଣସି କାରଣ ନ ଥାଇ ବ୍ଯକ୍ତି ବିଶେଷ ଙ୍କ ଗୃହକୁ ଲଗାଇ ଏହି ସମ୍ବେଦନଶୀଳ ବିଦ୍ୟୁତ୍ ସଂଯୋଗ ହୋଇଛି.

ଏହି ରାସ୍ତାର ଦୁଇପାର୍ଶ୍ବରେ ଘର,ସ୍କୁଲ,ଜନବସତି ଥିବାରୁ ଆଗାମୀ ଦିନରେ ବହୁ ଧନଜୀବନ କ୍ଷୟକ୍ଷତିର ଘଟିବାର ଯଥେଷ୍ଟ ସମ୍ଭାବନା ଏଡ଼ାଇ ଦିଆଯାଇ ପାରିବ ନାହିଁ,ଏଥିନେଇ ମୁଖ୍ୟ ପ୍ରଶାନ୍ତ କୁମାର ବାରିକ,ପ୍ରଦୀପ୍ତ କୁମାର ବିଶ୍ଵାଳ,ରଶ୍ମିରଞ୍ଜନ ବିଶ୍ଵାଳ,ଜଗନ୍ନାଥ ପ୍ରସାଦ ସ୍ଵାଇଁ,ବିଶ୍ଵନାଥ ମହାରଣା ପ୍ରମୁଖ ଏକ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ର ସମ୍ବଳିତ ଏକଅଭିଯୋଗପତ୍ରମୁଖ୍ୟମନ୍ତ୍ରୀଓଡ଼ିଶା,ସାଂସଦ ଜଗତ୍ସିଂହପୁରର,ତିର୍ତ୍ତୋଲ ବିଧାୟକ,ଜିଲାପାଳ ଜଗତ୍ସିଂହପୁର, ସିଇଓ ଟିପିସିଓଡିଏଲ୍ ଭୁବନେଶ୍ବର,ନିର୍ବାହୀ ଯନ୍ତ୍ରୀ ଜଗତ୍ସିଂହପୁର,ଏସଡିଓ ରଘୁନାଥପୁର କୁ ଅଭିଯୋଗ ପତ୍ର ଦିଆଯାଇଛି ଯଦି ଏହି ବିଦ୍ୟୁତ୍ ସଂଯୋଗ ବନ୍ଦ ନ କରାଯାଏ ତେବେ ଏହି ଦୁଇ ପଞ୍ଚାୟତବାସି ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି.

ଜଗତ୍ସିଂହପୁର ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ

Leave a Reply

Your email address will not be published. Required fields are marked *