ଋଷିକୁଲ୍ୟା ସ୍ନାତକ ମହବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକସୋରଡ଼ା

ଗଞ୍ଜାମ ଜିଲ୍ଲା ସୋରଡା ରେ ଥିବା ଋଷିକୁଲ୍ୟା ସ୍ନାତ୍ତକ ମହାବିଦ୍ୟାଲୟ ରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଛି । ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢୀଙ୍କ ପୌରହିତ୍ୟରେ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ମୁଖ୍ୟ ବକ୍ତା ଭାବେ ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ ପ୍ରବୀର କେଶରୀ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ପାଟପୁର ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ଶିବପ୍ରସାଦ ଦାସ,ସ୍ଥାନୀୟ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।ମଞ୍ଚାସୀନ ଅତିଥି ମାନଙ୍କୁ ଛାତ୍ର ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରାଯିବା ପରେ ପଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ବାର୍ଷିକ ବିବରଣୀ ପାଠ କରିଥିଲେ ଓଡ଼ିଆ ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା । ୧୯୯୫ ମସିହା ଠାରୁ ଋଷିକୂଲ୍ୟା ସ୍ନାତ୍ତକ ମହାବିଦ୍ୟାଳୟ ସୋରଡା ଠାରେ ସ୍ଥାପିତ ହୋଇଛି।ବହୁ ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ଦେଶର ବିଭିନ୍ନ ସ୍ଥାନରେ ରହି ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି।

ସମାଜରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ଥିବାରୁ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବାକୁ ମଞ୍ଚାସିନ ଅତିଥି ମାନେ କହିଥିବା ବେଳେ ମୁଖ୍ୟ ବକ୍ତା ଆଜିର ସମାଜ ଉପଯୋଗୀ ହେବାଭଳି ଅଧ୍ୟାୟନ ସହିତ ସବୁ ଦିଗରେ ପାରଦର୍ଶିତା ହେବା ନେଇ ବିଭିନ୍ନ ଉଦାହରଣ ଓ ଗଳ୍ପ ଉପଦେଶ ଦେବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସେହିପରି ମୁଖ୍ୟଅତିଥି ମହାବିଦ୍ୟାଳୟ ରେ ପାନୀୟ ଜଳଓ ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ଆଦି ଉନ୍ନତିକରଣ ଆବଶ୍ୟକତାକୁ ପୁରଣ କରିବା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନିଜ ଅନୁରୋଧ କ୍ରମେ ନିଜ ମୂଳ ଧର୍ମଗ୍ରନ୍ଥ ଗୀତା ,ବାଇବେଲ, କୋରାନ ଆଦିକୁ ଅଧ୍ୟୟନରେ ସାମିଲ କରିବା ପାଇଁ ନିଜ ପ୍ରୟାସ କଥା କହିଛନ୍ତି। ପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଏବଂ ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବରେ ରହିଥିଲେ ଅଧ୍ୟାପକ ଡ଼ ହୃଷୀକେଶ ମିଶ୍ରଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ବାରା ସ୍ୱତନ୍ତ୍ରଭାବେ ସମ୍ମାନିତ କରାଯାଇଥିଲା ।ମହାବିଦ୍ୟାଳୟର ଅଧ୍ୟାପିକା ସିପ୍ରା ପାତ୍ର, ପ୍ରଦୀପ କୁମାର ସ୍ବାଇଁ, ତପନ କୁମାର ସାହୁ ଆଦି ଅଧ୍ୟାପକ ଉପସ୍ଥିତରହି ବିଶେଷ ପରିଚାଳନାଗତ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରି ଥିଲେ ।

Leave a Reply

Your email address will not be published. Required fields are marked *