ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଧରାକୋଟ -04 02.2025 ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧରାକୋଟ ପ୍ରୀମିଅର ଲିଗ୍ ଉଦଯାପିତ ହୋଇଯାଇଛି । ଫାଇନାଲ ନଦିଗର ଓ ଝରପାରି ମଧ୍ୟରେ ଖେଳା ଯାଇଥିଲା। ଝରପାରୀ ଦଳ ପ୍ରଥମେ ବ୍ୟାଟିଂ କରି 12 ଓଭର ଖେଳି 7 ଗୋଟି ୱିକେଟ ବିନିମୟରେ 135 ରନ ସଂଗ୍ରହ କରିଥିବା ବେଳେ ନନ୍ଦିଗର ଦଳ 12 ଓଭର ଖେଳି 7 ଗୋଟି ୱିକେଟ ହରାଇ 76 ରନ ସଂଗ୍ରହ କରି 59 ରନ ବ୍ୟବଧାନରେ ପରାଜୟ ବରଣ କରିଥିଲା।ଝରପାରି ଦଳ ଚାମ୍ପିଅନ ହୋଇଥିଲା । ବିଜୟୀ ଦଳର ସିପୁ ସିରିଜ୍ ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ବେଳେ ବିଜୟୀ ଦଳର ନାରୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ । ବିଜୟୀ ଦଳକୁ କପ ସହ 15000 ଟଙ୍କା ପ୍ରଦାନ କରାଯାଇଥିବାବେଳେ ପରାଜିତ ଦଳ କୁ କପ୍ ସହ 10000 ଟଙ୍କା ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ ରେ ଫନି ଏମ୍ପାୟାର ମିଥୁନ ଙ୍କ ସହ ପିସ୍ତ୍ତା ଖେଳ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୟଙ୍ଗ କ୍ରିକେଟ କ୍ଲବ ର ସଭାପତି ସୁନିଲ କୁମାର ଗୌଡ଼ ସଭାପତିତ୍ବ କରିଥିଲାବେଳେ ବରିଷ୍ଟ ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଗିରିଜା ପ୍ରସାଦ ଦାସ ,ଆଲୋକ ମହାପାତ୍ର,ୟଙ୍ଗ କ୍ରିକେଟ କ୍ଲବ ର ସଭ୍ୟ ଦିଲୀପ କୁମାର ପ୍ରଧାନ ପ୍ରମୁଖ ମଞ୍ଚାଷିନ ରହିଥିଲେ । ସୋନୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବାପୁନି ସ୍ୱାଇଁ,ବାପି ସ୍ୱାଇଁ,ଦିପୁ ଦାସ ସମସ୍ତ ଦିବସର ଖେଳକୁ ପରିଚାଳନା କରିଥିବା ବେଳେ ୟଙ୍ଗ କ୍ରିକେଟ କ୍ଲବ ର ଅନିଲ, ଚୀନୁ ସର୍ଦ୍ଦାର ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *