ମାର୍କଣ୍ଡ ପୁଷ୍କରିଣୀ ବାର୍ଷିକ ଆଳତି ମହୋତ୍ସବ

ମାର୍କଣ୍ଡ ପୁଷ୍କରିଣୀ ବାର୍ଷିକ ଆଳତି ମହୋତ୍ସବ ପୁରୀ ଅଫିସ,୫/୧- ଶ୍ରୀକ୍ଷେତ୍ରର ପ୍ରଥମ ପାବନ ତୀର୍ଥ ମାର୍କଣ୍ଡେଶ୍ଵର ସାହି ସ୍ଥିତ ମାର୍କଣ୍ଡ ପୁଷ୍କରଣୀର ଷଷ୍ଠତମ ବାର୍ଷିକ ଆଳତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ମାଘଶୁକ୍ଳ ସପ୍ତମୀ ତିଥିରେ ପବିତ୍ର ତୀର୍ଥ ମାର୍କଣ୍ଡ ପୁଷ୍କରଣୀ ତଟରେ ପୂଜାର୍ଚ୍ଚନା ସହ ଆଳତି ସମର୍ପଣ କରାଯାଇଥିଲା । ପ୍ରଭୁ ମାର୍କଣ୍ଡେୟଙ୍କୁ ଆବାହନ କରାଯାଇଥିଲା । ବିଶ୍ବ କଲ୍ୟାଣ ଓ ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରାଯାଇଥିଲା । ମାର୍କଣ୍ଡେଶ୍ଵର ସାହି ସାଥୀ ସଂଘ ପକ୍ଷରୁ ଏହି ଭବ୍ଯ ଆୟୋଜନ କରାଯାଇଥିଲା । ସାଧୁସନ୍ଥ ମାନେ ଏଥିରେ ଯୋଗଦେଇ ବେଦପାଠ କରିଥିଲେ । ଘଣ୍ଟ ଘଣ୍ଟା,ଶଙ୍ଖ, ହରିବୋଲ, ହୁଳହୁଳି ସହ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁଷ୍କରିଣୀ ପରିସର । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମେତ ଆଖପାଖ ଅଞ୍ଚଳର ଭକ୍ତ ମାନେ ଯୋଗଦେଇ ପବିତ୍ର ଆଳତି ଦେଖିବାର ସୌଭାଗ୍ଯ ଅର୍ଜିଥିଲେ ।

Leave a Reply

Your email address will not be published. Required fields are marked *