ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କୋଣାର୍କ, କୋଣାର୍କ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଯାଇଛି। ପୁରୀ ଜିଲ୍ଲା ମଙ୍ଗଳ ଅଧୂକାରୀ ବିକାଶ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବରେ କେଉଁଝର ଜୋନ ଶିକ୍ଷା ନିରିଖିକା ଶ୍ରୀମତୀ ସଞ୍ଚିତା ବେହେରା, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ରଥ, କ୍ଲଷ୍ଟର ସଂଯୋଜକ କୃଷ୍ଣଚନ୍ଦ୍ର ବଳବନ୍ତରାୟ, ନୀଳମଣି ଗୁରୁ, ସମାଜସେବୀ ତ‌ଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବାରେ ଶିକ୍ଷା, ସାଂସ୍କୃତିକ, କ୍ରୀଡ଼ା ଓ କଳାର ଅଭିବୃଦ୍ଧି ଘଟିଲେ ସେମାନଙ୍କ ଶାରୀରିକ ଓ ମାନସିକ ମୂଲ୍ୟବୋଧର ବିକାଶ ଦ୍ଵାରା ଏକ ସୁସ୍ଥ ସମାଜ ଗଠନ ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ବାର୍ଷିକ ବିବରଣୀ ପଠନ ଓ ବିଦ୍ୟାଳୟର କାର୍ଯ୍ୟଧାର ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵାରା ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ସମାରୋହରେ ବାର୍ଷିକ କ୍ରୀଡା ଉତ୍ସବ ଓ ଅନ୍ୟାନ୍ୟ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ୧୧୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *