ମର୍ମନ୍ତୁକ ସଡକ ଦୁର୍ଘଟଣା
![](https://teerthkhetra.com/wp-content/uploads/2025/02/IMG-20250206-WA0016-1.jpg)
ମର୍ମନ୍ତୁକ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛ ରେ ପିଟି ହେଲା କାର । ଘଟଣା ସ୍ଥଳରେ ଜଣେ ମୃତ ଚାରିଜଣ ଗୁରୁତର ।ଫୁଲବାଣୀ:ନିପ୍ର:-୦୬/୦୨ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଠାରେ OD02E 4174 ବିଶିଷ୍ଟ ଏକ କାର୍ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘାଟି ଥିବା ବେଳେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।ଚାରିଜଣ ଙ୍କୁ ଘଟଣା ସ୍ଥଳରୁ ଚାରିଛକ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଗାଡ଼ି ଉଦ୍ଧାର କରି ପୁରୁଣାକଟକ ଚିକିତ୍ସାଲୟରେ ଭର୍ତ୍ତି କରି ପରେ ୨ଜଣଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଓ ଆଉ ୨ ଜଣକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଚନ୍ଦନ ସାହୁ ର ଅବସ୍ଥା ଅଧିକ ଗୁରୁତର ଥିବାରୁ ଫୁଲବାଣୀରୁ ପୁଣି କଟକ ସ୍ଥାନାନ୍ତରିତ କରାଗଲା। ସେହିଭଳି ରାଜେଶ୍ ବେହେରା ର ମଧ୍ୟ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଡାକ୍ତର ଖାନାରୁ ବୁର୍ଲା ଡାକ୍ତର ଖାନକୁ ସ୍ଥାନାନ୍ତରିତ କରାଗଲା।
![](https://teerthkhetra.com/wp-content/uploads/2025/02/IMG-20250206-WA0015-1-461x1024.jpg)
ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଓ ଗୁରୁତର ମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡୁକୁମ୍ପା ପଞ୍ଚାୟତ ରାଣୀପଥର ଗ୍ରାମର। ମୃତ ଯୁବକ ଗଙ୍ଗାଧର ମଲିକ (୨୦) ସ୍ବର୍ଗତ ସାଗର ମଲିକ ଙ୍କ ପୁଅ । ସେଇଭଳି ଗୁରୁତର ମାନେ ହେଲେ ରାଜେଶ୍ ବେହେରା,ଚନ୍ଦନ ସାହୁ,ବିରୁପକ୍ଷ ବେହେରା, ସାଇଲ୍ ଖାନ୍। ସୂଚନା ମୁତାବକ ଚାରିଛକ ପଟୁ ଫୁଲବାଣୀ ରାସ୍ତାରେ ନିଜ ଗ୍ରାମକୁ ଫେରୁଥିଵା ବେଳେ ଭାରସାମ୍ୟ ହରାଇ ଏକ ଲିମ୍ବଗଛରେ ଧକା ହୋଇ ଜାଇ ରାସ୍ତା କଡ଼ ଖାଲ ଭିତରେ ପଡ଼ିଛି। ମୃତ ଯୁବକର ଶରୀରକୁ ବ୍ୟବଚ୍ଛେଦ କରାଯିବାକୁ ବୌଦ୍ଧ ଡାକ୍ତର ଖାନାକୁ ପଠା ଯାଇଛି।