ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ
![](https://teerthkhetra.com/wp-content/uploads/2025/02/Screenshot_2025-02-06-22-40-39-25.jpg)
ଜଗତସିଂହପୁର ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ମାନଙ୍କ ପରିଚୟପତ୍ର ସହାୟତା ପ୍ରଦାନ ପାଇଁ ଉଦ୍ଧିଷ୍ଟ ଏହି ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରିଣୀ ସ୍ମୃତିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ନାନୀତ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲାପାଳ ଜେ ସୋନାଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ,ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥୀ ମାନଙ୍କ ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପରିଚୟପତ୍ର ଓ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ଜଗତସିଂହପୁର ରୁ ରୀତା ସାହୁ