ବ୍ରହ୍ମପୁର ମହୋତ୍ସବ, ଉଦଯାପିତ

ବ୍ରହ୍ମପୁର ମହୋତ୍ସବ, ଉଦଯାପିତ ଅନ୍ତିମ ଦିବସରେ ପ୍ରବଳ ଭିଡ଼ ବ୍ରହ୍ମପୁର ୬/୨ ବ୍ରହ୍ମପୁର ମହୋତ୍ସବ ୨୫ ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ଗୁରୁବାର ଷଷ୍ଠ ରଜନୀ ରେ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଷ୍ଟଲ୍ ରେ ଦର୍ଶକ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ । ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ଅନ୍ତିମ ଦିବସରେ ଦିଗପହଣ୍ଡି ବିଧାୟକ ତଥା ଅଭିନେତା ଡ୍ ସିଦ୍ଧାନ୍ତ ମହାପାତ୍ର, ଏସପି ଡ ଶ୍ରବଣ ବିବେକ ଏମ, ଏସଏମ ଆଟି ସଭାପତି ଡ୍ ଭଗବାନ ଗନ୍ତାୟତ, ସାହିତ୍ୟିକ ଇ ଯାମିନି କାନ୍ତ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ମହାନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ମହୋତ୍ସବ ଆୟୋଜନ ଦ୍ୱରା ଅଞ୍ଚଳ ର ସଂସ୍କୃତି ଓ ବାଣିଜ୍ୟ ର ବିକାଶ ଓ ପ୍ରଚାର ପ୍ରସାର ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ, ସାମ୍ୱାଦିକ ନାରାୟଣ ମହାକୁଡ,ମହାନ୍ ସଂଘ ସମ୍ପାଦକ ଇ.ପ୍ରଶାନ୍ତ ପାତ୍ର, ଶ୍ରୀକାନ୍ତ ସାବତ,ପ୍ରକାଶ ଭାଜନୀ,ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ରବିଶଙ୍କର, , ତପନ ପଣ୍ଡା, ମିନା ଦାସ, ନିବେଦିତା ପାଢ଼ୀ, ଶୁଭଶ୍ରୀ ସାବତ, ନିବେଦିତା , ସାଧନା ପାଢ଼ୀ,ପୁଷ୍ପାଞ୍ଜଳି ମହାପାତ୍ର, ଅଜିତ ପାତ୍ର,ମନୋରଞ୍ଜନ ପାଢ଼ୀ,ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଲାମ ରସୁଲ ସଂଯୋଜନା କରିଥିଲେ । ଏହି ଅବସରରେ କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର୍ ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *