ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ

ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରର ନୂଆଆଳତୁମାର ଯୋଗୀସାହି ରେ ଜଣେ ବିବାହିତ ଯୁବକ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଯୁବକର ମୃତ୍ୟୁ ସନ୍ଦେହ ଘେରରେ ରହିଥିବାର ଚର୍ଚ୍ଚା ହେଉଛି l ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ନିରଞ୍ଜନ ସ୍ୱାଇଁ ଙ୍କ ପୁଅ ପ୍ରିୟ ରଞ୍ଜନ କାମାକ୍ଷାନଗର ଥାନା ଅନ୍ତର୍ଗତ କଇଁବିଲ ଗ୍ରାମରେ ବିବାହ କରିଥିବା ବେଳେ ଗତ କିଛିଦିନ ଧରି ନୂଆ ଆଲତୁମା ଗ୍ରାମର ଯୋଗୀସାହିରେ ଏକ ଭଡା ଘରେ ରହି ଆସୁଥିଲେ l ଆଜି ପାରିବାରିକ କଳହ ଯୋଗୁଁ ପ୍ରିୟ ରଞ୍ଜନ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ପକ୍ଷରୁ ଦର୍ଶା ଯାଇଥିବା ବେଳେ ପ୍ରିୟରଞ୍ଜନ ଙ୍କର ମୃତ୍ୟୁ ସନ୍ଦେହ ଘେରରେ ଥିବାର ସାଧାରଣରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି l ପୁଲିସ ପକ୍ଷରୁ ମୃତ ଦେହ ଜବତ କରାଯାଇ ବ୍ୟବଛେଦର ବ୍ୟବସ୍ଥା କରାଯାଇଛି l ତେବେ ପ୍ରିୟ ରଞ୍ଜନଙ୍କର ମୃତ୍ୟୁ ର ସତ୍ୟାସତ୍ୟ ବ୍ୟବଛେଦ ରିପୋର୍ଟ ରୁ ଜଣାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ I

Leave a Reply

Your email address will not be published. Required fields are marked *