ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୨୪-୨୫ ପ୍ରଥମ ଥର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ବିଦ୍ୟାଳୟର ସମସ୍ତେ ସ୍ଵାଗତ କରିବିଦ୍ୟାଳୟର ପାଚେରୀ କାନ୍ତ ପାଇଁ ଭୁମି ପୁଜା ଆରମ୍ଭ କରିଥିଲା । ପଞ୍ଚାଳି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧନା ସହ ପୁରସ୍କୃତ ହୋଇଛନ୍ତି । ଏହି ବିଦ୍ୟାଳୟ ପରିବେଶକୁ ଶିକ୍ଷକଙ୍କ ମାନେ ଅତି ସୁନ୍ଦର ଭାବେ ସଜେଇ ରଖି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନଶିକ୍ଷକ କଳ୍ପତରୁ ବେଜ ସଭାପତିତ୍ବରେ ବାର୍ଷିକ ଉତ୍ସବ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉତ୍ସବର ମୁଖ୍ୟ ଅତିଥି ଭାବେ କୌସିକିଶରଣ ମିଶ୍ର (ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସରୀଗୁଡ଼ା ପ୍ରକଳ୍ପର ଉପାଧ୍ୟକ୍ଷ) ମୁଖ୍ୟ ବକ୍ତା ଦୀପକ ମହାନ୍ତି, (ମାନବସମ୍ପଦ ମୁଖ୍ୟ ଆଦିତ୍ୟ ବିର୍ଲା) , ସମ୍ମାନିତ ଅତିଥି ତନ୍ମୟ ମହାନ୍ତି (ସି.ଏସ.ଆର. ମୁଖ୍ୟ ଆଦିତ୍ୟ ବିର୍ଲା) , ଯଦୁ ଗରଡ଼ା (ବରିଷ୍ଠତମ ବ୍ୟକ୍ତି ,ବଳଦେବ ନାଏକ (ପରାମର୍ଶଦାତା) ,ବ୍ରୁନ୍ଦାବନ ନାଏକ (ପରାମର୍ଶଦାତା) ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ଖରା ,ଅମିନ ଟାକ୍ରି ,ସଦାନନ୍ଦ ହଳବା, କାମାର ଖରା,ରଞ୍ଜନ କୁମାର ଟାକ୍ରି , ଲୋକନାଥ ଗରଡ଼ା , କାର୍ତ୍ତିକ ନାଏକ , ଚନ୍ଦ୍ରଶେଖର ଖୁରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ଦିକ୍ଷାର ଆବଶ୍ୟକ‌ତା ସମ୍ପର୍କରେ ଆଲୋକପାତ କରିବା ବା ସହ ସଫଳ ଛାତ୍ରଛାତ୍ରୀ ଭାବରେ ନିଜ ନିଜକୁ ପ୍ରତିଷ୍ଠିତ କରିବେ ଏବଂ ପାଠ ସହିତ ସାଠର ।

ଅଧ‌ିକ ଆବଶ୍ୟକ ରହିଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ କରିବାକୁ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କଳ୍ପତରୁ ବେଜ ପରାମର୍ଶ ଦେଇଥିଲେ ।କାଯ୍ୟକ୍ରମ ବେଳେ ଅତିଥି ଙ୍କୁ ପୁଷ୍ପଗୁଛ ଓ ଉତରିୟ ଦେଇ ସମ୍ବଦ୍ଧନା ପାଇଁ ରବିନ୍ଦ୍ର କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ। କ୍ରୀଡ଼ାରେ କୃତିତ୍‌ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସାଠିପିକେଟ୍ ପ୍ରଦାନ କରିଥିଲେ ।ସମସ୍ତ ଶିକ୍ଷକ ଅରୁଣ କୁମାର ବ୍ରହ୍ମା , ସୋମନାଥ ଗାଣ୍ଟିଆ , ପରିକ୍ଷିତ ରାଉତ ,ଖିରଦସଂନ୍ଦୁ ରାଉତ , ପଣ୍ଡିତ ସାର , ମନଜ ସାର , ଏବଂ ସ୍କୁଲ ର ସମସ୍ତ ପ୍ରମୁଖ ଉପସ୍ଥିତ ରହି ଅତି ସୁନ୍ଦର ଭାବେ ଦାୟିତ୍ଵ ତୁଲାଇଥିଲେ ।ମହାଦେବ ଯୁବକ ସଂଘ ପଞ୍ଚାଳି ର ସଭାପତି ପ୍ରସାନ୍ତ ଖରା ଏବଂ ମଳୟ ଟାକ୍ରି ଗ୍ରାମବାସି ମାନେ ସୂଚନା ଥାଉ ଥାଉ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଛି ।ବିଦ୍ୟାଳୟରେ ସୁବିଧା ସୁଯୋଗ ଥିବା ସଙ୍ଗେ ଅନେକ ସମସ୍ୟା ଅସୁବିଧା ମଧ୍ୟ ଯାହା ରହିଛି। ଅଗ୍ରଗତି ରେ ନିରନ୍ତର ବାଧା ସୃଷ୍ଟି କରୁଛି । ଶିକ୍ଷାର୍ଥୀଙ୍କ ନିମନ୍ତେ ଆବଶ୍ୟକୀୟ ବାଳକ ଆବାସ,ପ୍ରାର୍ଥନା ସଭା ଗୃହ , ବାଳିକା ଆବାସ ଅଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି କାମ କରାଯାଉନାହିଁ । ବୋଲି ଅଭିଯୋଗ ହୋଇଛି ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *