ବିଶ୍ବେଶ୍ବର ମହାଦେବଙ୍କ ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ।

ରଘୁନାଥପୁର,୧୭/୨ ସୋମବାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମର ଭାଲିଆମଠରେ ଗତ ରବିବାର ଠାରୁ ବିଶ୍ବେଶ୍ବର ମହାଦେବଙ୍କ ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ କରାଯାଇଛି। ଯଜ୍ଞର କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ଦିନ ଏହାର ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରା ଯାଇଥିବାବେଳେ ସୋମବାର ଦିନ ଗ୍ରାମର ୨୦୨ଜଣ ମହିଳାଙ୍କୁ ନେଇ ସୁଦୂର ତାରାପୁର ସ୍ଥିତ ନାରାୟଣୀ ମନ୍ଦିର ନିକଟସ୍ଥ ମହାନଦୀରୁ ଏକ ଆଧ୍ୟାତ୍ମିକ ପରିବେଶରେ କଳସ ଯାତ୍ରା କରା ଯାଇଥିଲା। ଯଜ୍ଞର କର୍ତ୍ତା ଓ କର୍ତ୍ତୀ ଭାବେ ଭଗବାନ ସ୍ବାଇଁ ଏବଂ ପ୍ରଜ୍ଞା ମହାପାତ୍ରଙ୍କୁ ବରଣି କରା ଯାଇଥିଲା।

ଏହି କଳସ ଯାତ୍ରାରେ ମନ୍ଦିର ପରିଚାଳନା କମିଟିର ସଭାପତି ରମେଶଚନ୍ଦ୍ର ସ୍ବାଇଁ, ସମ୍ପାଦକ ଅଦୈତ୍ୟ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ନରେନ୍ଦ୍ର ସ୍ବାଇଁ, ମନୋରଂଜନ ମହାପାତ୍ର,ଉଲ୍ଲାସ ସ୍ବାଇଁ,ନିରଞ୍ଜନ ଜେନା,ସୁନାକର ସ୍ବାଇଁ, ବନବିହାରୀ ରାଉତ,ଅରୁଣ ସ୍ବାଇଁ, ରଘୁନାଥପୁର ମଣ୍ଡଳ ବିଜେପି ସଭାପତି ସ୍ବରାଜ ସାମଲ, ଗୁଆଳିପୁର ସମିତି ସଭ୍ୟ କମଳାକାନ୍ତ ପରିଡ଼ା, ସରପଂଚଙ୍କ ପ୍ରତିନିଧି ନିହାର ରଂଜନ ସାହୁ, ପ୍ରକାଶ ମଲ୍ଲିକ ପ୍ରମୁଖ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଆସନ୍ତା ୧୯ତାରିଖ ବୁଧବାର ଏହାର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରାଯିବାକୁ ଥିବାବେଳେ ଏହି ୩ଦିନ ବ୍ୟାପି ଯଜ୍ଞର ପ୍ରତ୍ୟକ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜଣାଯାଇଛି।
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ