ସନାତନୀ ସଂସ୍କୃତି ସୁରକ୍ଷା ଓ ରାଷ୍ଟ୍ର ଗଠନରେ ସରସ୍ଵତୀ ଶିଶୁ ମନ୍ଦିରର ଭୂମିକା ମହତ୍ତ୍ୱପୂର୍ଣ୍ଣ

।ଭଦ୍ରକ ଜିଲ୍ଲାର ଅନ୍ୟତମ ଆଦର୍ଶ ଶିକ୍ଷାନୁଷ୍ଠାନ ଅର୍ଣ୍ଣପାଳ ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଅର୍ଯ୍ୟପରଂପରା ତଥା ସନାତନୀ ସଂସ୍କୃତି ର ସୁରକ୍ଷା ଓ ରାଷ୍ଟ୍ର ଗଠନରେ ସରସ୍ଵତୀ ଶିଶୁ ମନ୍ଦିର ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବରେଣ୍ୟ ଅତିଥି ମାନେ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସଙ୍ଗୀତକାର, କବି ତଥା ଅନୁଷ୍ଠାନ ର ସଭାପତି ମନୋଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ସୁବାସ ନାୟକ ମୂଖ୍ୟ ଅତିଥି,ସାହିତ୍ୟିକ ତଥା ବିଜ୍ଞାନ ଏକାଡେମୀ ର ସଦସ୍ୟ ଅଭୟ ସୁତାର ମୁଖ୍ୟବକ୍ତା ଭାବରେ ଯୋଗଦେଇ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ଜ୍ଞାନେନ୍ଦ୍ର ବାରିକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସଞ୍ଜୁଲତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ

। ବୌଦ୍ଧିକ, ସ୍ଵାଗତ ସଙ୍ଗୀତ ତଥା ମଞ୍ଚ ପରିଚାଳନାରେ ଭଉଣି ସାଇ ଶ୍ରମିକା ମହାନ୍ତି ଓ ପ୍ରୀୟାଂଶି ରାଉତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ଆଚାର୍ଯ୍ୟା ହରପ୍ରିୟା ପାତ୍ର୍, ସୁଲୋଚନା ପାଢ଼ୀ ଓ ଶାରୀରିକ ଓ ଘୋଷ ପରିଚାଳନା କରିଥିଲେ ଗରୁମା ସୁନନ୍ଦା ପତି। ଆଚାର୍ଯ୍ୟା ଦେବସ୍ମିତା ପରିଡ଼ା, କାନ୍ତା ରାଣୀ ଘୋଷାଲ, ଜ୍ୟୋତ୍ସ୍ନା ରାଣୀ ଦାସ, ନମିତା ଜେନା, ସସ୍ମିତା ସାହୁ, ସମାପ୍ତି ପ୍ରିୟଦର୍ଶିନୀ ପଣ୍ଡା, ମାନିନୀ ମହାନ୍ତି, ଜୟଶ୍ରୀ ଲେଙ୍କା, ପାପୀୟା ରାଉତ, ଶ୍ରଦ୍ଧାଞ୍ଜଳି ସାହୁ, ଅନ୍ନପୂର୍ଣ୍ଣା ପାତ୍ର, ମିନାଦିଶ୍ୱରି ଗୁରୂମା, ସେବିକା ଭଉଣି ଝୁନାରାଣି ବେରା ଓ ରାନୁ ରାଣି ମାହାଲ ପ୍ରମୁଖ ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସମସ୍ତ କାର୍ଯ୍ଯ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ହୃଦୟ ଛୁଇଁଥିଲା।