ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ ମର୍ଡ଼ର କେସର ସିନ୍ ରିକ୍ରିଏସନ କଲା ପୋଲିସ।

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁର ବହୁ ଚର୍ଚ୍ଚିତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ହତ୍ୟାର ସିନ୍ ରିକ୍ରିଏସନ କରିଛି ପୋଲିସ। ଅଭିଯୁକ୍ତ ଶିକ୍ଷକ ସୋମନାଥ ବିଶ୍ୱାଳକୁ ନେଇ ଗୁନେଇବିଲି ଗାଁ ସ୍ଥିତ ପ୍ରଭାତୀଙ୍କ ଶ୍ଵଶୁର ଘରେ ସିନ୍ ରିକ୍ରିଏସନ ହୋଇଥିଲା। ସୋମନାଥ ପ୍ରଭାତୀଙ୍କ ଷ୍ଟଲରେ (ଓଢଣୀ )ରେ ବେକକୁ ଚିପି କରି ହତ୍ୟା କରିଥିଲା। ତେବେ ପ୍ରଭାତୀଙ୍କ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କ ମୃତ୍ୟୁ ପରେ ସୋମନାଥ ୨୦୨୩ ମସିହା ଠାରୁ ପ୍ରଭାତୀଙ୍କ ସହିତ ପ୍ରେମ ସମ୍ପର୍କରେ ରହି ଆସୁଥିଲେ। ତେବେ ଗତ ୧୯ ତାରିଖ ଦିନ ରାତିରେ ତାଙ୍କୁ ସୋମନାଥ ହତ୍ୟା କରିଥିବା ସ୍ୱୀକାର କରିଛି।

ତେବେ କଥା କଟାକଟିକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ହତ୍ୟାର ରୂପ ନେଇଥିବା ସୋମନାଥ ସ୍ୱୀକାର କରିଛି। ତେବେ ସବୁଠାରୁ ଚାଞ୍ଚଲ୍ୟକର ରହିଛି ସୋମନାଥଙ୍କ ବୟାନ। ଉଭୟଙ୍କ ପ୍ରେମରେ ଅନ୍ୟ ଜଣେ ବାଧକ ସୃଷ୍ଟି ହେବା କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିବା ସେ କହିଛନ୍ତି। ବାସ୍ତବରେ ଘଟଣାର ପର୍ଦ୍ଦାଫାଶ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ସୋମନାଥ ଏବଂ ପ୍ରଭାତୀ ଉଭୟେ ବିବାହିତ ଏବଂ ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତେବେ ସାମ୍ନାକୁ ଆସିଛି ଆଉ ଏକ ନାଁ… କିଏ ସେ ତାପସ ପାତ୍ର… ଏମାନଙ୍କ ସହିତ ତାଙ୍କର ସମ୍ପର୍କ କଣ??? ଯାହାକୁ ନେଇ ପୋଲିସ ତନାଘନା ଆରମ୍ଭ କରି ଦେଇଛି। ଘଟଣା ସ୍ଥଳରେ ଏସଡ଼ିପିଓ ଜ୍ଞାନରଞ୍ଜନ ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।