କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ତଫରୁ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ତଫରୁ ସାମ୍ବାଦିକ ସମ୍ମିଳନୀ ।ଫୁଲବାଣୀ ତା ୨୧/୦୨/୨୦୨୫ କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ତରଫରୁ ଆଜି ମିଳିତ ମଞ୍ଚର ସଭାପତି ଶ୍ରୀ ସମିର୍ ଘଟ।ଲ ଙ୍କ ନେତୃତ୍ୱରେ ମିଳିତ ମଞ୍ଚର ପ୍ରତିଷ୍ଠାତା ଶ୍ରୀ ଲମ୍ବଧ ର କହିଁ ର ସମ୍ପାଦକ ଶ୍ରୀ ସତ୍ୟନାରାୟଣ ବେହେରା, ବିଶିଷ୍ଟ ଆଦିବାସୀ ନେତା ତଥା ଖଜୁରୀପଡ଼ା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର କହଁର ଓ ଅନ୍ୟାନ୍ୟ ନେତ୍ରୁବର୍ଗ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଏଠାରେ ଉପଦେଷ୍ଟା ଶ୍ରୀ ଲମ୍ବଧର କହଁର ଙ୍କ ସୂଚନା ମୁତାବକ ବିଗତ ୨୦୦୮ ଜାନୁଆରୀ ୨୫ ତାରିଖରେ କୁଇ ସମାଜ ସମନୟ ସମିତି ତରଫରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ୩୪ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡ଼ିକ ମଧ୍ୟରେ କନ୍ଧମାଳରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଦାବୀ ରହିଥିଲା । କୁଇ ସମାଜର ଦାବୀ କୁ ଗ୍ରହଣ କରି ତତ୍କାଳୀନ ସରକାର କନ୍ଧମାଳକୁ ଏକ ମେଡ଼ିକାଲ କଲେଜ ପ୍ରଦାନ କରିଥିଲେ । ତାହା ଫୁଲବାଣୀ ନିକଟସ୍ଥ କଲ।ଡି ତିଲକ ପଡା ମୌଜାରେ ନିର୍ମାଣ ହୋଇଛି । ବିଲ୍ଡିଂ ଗୁଡ଼ିକ ରଙ୍ଗ ଲଗା ବି ସରିଛି । କେବଳ ଉଦ୍ଘାଟନ ହେବାକୁ ବାକି ଅଛି । ଏହି ସମୟରେ ମେଡିକାଲ୍ କଲେଜ ବିଲ୍ଡିଂ ଗୁଡ଼ିକୁ ପୁନର୍ବାର ରଙ୍ଗ ଲଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ଦେଖିବାକୁ ଯୋଜନା କରୁଥିବା ଆମ ନଜରକୁ ଆସିଛି । ଏହିପରି ହେଲେ କନ୍ଧମାଳ ବା ସୀ ବିରୋଧ ପାଇଁ ରାଜା ରାସ୍ତାକୁ ଓହ୍ଲାଇବେ । ବଳି ଶ୍ରୀ କହଁର କହିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ କଂହ ର ଜିଲ୍ଲା ପାଇଁ କେତେ ଗୁଡିଏ ସର୍ତ୍ତ ସରକ।ରଙ୍କ ଆଗରେ ଗଣମ।ଧ୍ୟ ମ ପ୍ରତିନିଧି ଙ୍କ ମଧ୍ୟ।ମାରେ ଉପସ୍ଥାପନ କରିଛନ୍ତି । ସର୍ତ୍ତ ଗୁଡ଼ିକ ହେଲା ୧- ନୂତନ ଭାବେ ନିର୍ମିତ ମେଡିକାଲ୍ କଲେଜରେ ପୁନର୍ବାର ରଙ୍ଗ ଲଗାଇବାକୁ ନା ପସନ୍ଦ ଓ ବିରୋଧ କରୁଛୁ । ୨- ମେଡିକାଲ୍ କଲେଜ ଓ ହସ୍ପିଟ।ଲ ର ନାମ “କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ହେଉ” । ଅନ୍ୟଥା ରାଜ ରାସ୍ତାରେ ଆନ୍ଦୋଳନ ହେବ । ୩-ମେଡିକାଲ୍ କଲେଜ ରେ ସ୍ଥାନୀୟ ବାସିନ୍ଦା କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ପାଇଁ ଆମେ ଦାବୀ କରୁଛୁ । ୪ – ପୂର୍ବରୁ ଫୁଲବାଣୀରେ O S R T C ହବ୍ ବଲାଙ୍ଗୀର କୁ ସ୍ଥାନାନ୍ତରିତ କରାଯାଇଛି ।ବର୍ତ୍ତମାନ ଫୁଲବାଣୀରେ କାର୍ଯ୍ୟ ରତ ଶୁଷ୍କଞ୍ଚ ଳ କୃଷି ଗୋବେଷଣ। କେନ୍ଦ୍ର ସେହି ବଲାଙ୍ଗୀର କୁ ଉଠାଇ ନେବାକୁ ବର୍ତ୍ତମାନ ସରକାର ଭୁବନେଶ୍ୱର ସ୍ଥିତ O U A T ଡି ନ କୁ ଚିଠି କରିଛନ୍ତି । ଚିଠି କରିବା ପୂର୍ବରୁ ସଚିବ ମନେ ରଖିବା କଥା ଯେ କନ୍ଧମାଳ ଏକ ଶୁଷ୍କଞ୍ଚ ଳ ଅଟେ ।ଏଥି ପାଇଁ ପୂର୍ବ ସରକାର ଏଠାରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରି କନ୍ଧମାଳ ବସୀ ଙ୍କୁ କୃଷିର ଉନ୍ନତି ପାଇଁ ପଦକ୍ଷପ ନେଇଥିଲେ ।ଏହା କନ୍ଧମାଳରୁ ସ୍ତ।ନନ୍ତ ରିତ ହେଲେ କନ୍ଧମାଳ ବସୀ ଚାଷ କ୍ଷେତ୍ର ରେ ବହୁ ସମସ୍ୟାର ସମ୍ମୁଖୀନ ହେବେ । ଏଣୁ ଶୁଷ୍କଞ୍ଚ ଳ କୃଷି ଗବେଷଣା କେନ୍ଦ୍ରକୁ ଫୁଲବାଣୀରୁ ସ୍ଥାନାନ୍ତର ନ କରିବା ପାଇଁ କନ୍ଧମ।ଳ ମିଳିତ ମଞ୍ଚ ତରଫରୁ ଅନୁରୋଧ କରୁଅଛୁ । ଅନ୍ତନ୍ତ ୧୫ ଦିନ ମଧ୍ୟରେ ସ୍ଥାନ।ନ୍ତର ପ୍ରସ୍ତାବର ପୁନର୍ବାର ବିଚାର କରି O U A T ଡି ନ ଙ୍କ ପାଖକୁ ଦେଇଥିବା ଚିଠି ର ବାତିଲ ଚିଠି ପଠାଇ ବାକୁ ଅନୁରୋଧ କରୁଛୁ । ଏହି ସମାନ କଥାକୁ ଗ୍ରହଣ କରି ମିଳିତ ମଞ୍ଚର ସଭାପତି ମଧ୍ୟ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି । ସରକାର ଯଦି ଏହି କଥାକୁ ଗୁରୁତ ନଦେଇ ଏହି ସବୁ କାମ କୁ ପୁନର୍ବାର କରନ୍ତି ତାହାହେଲେ ମିଳିତ ମଞ୍ଚ ଏହାର ବିରୋଧ କରି ରାଜ ରାସ୍ତା କୁ ଓଲାହାଇବା ପାଇଁ ବାଧ୍ୟ ଦେବ ବଲି ଶ୍ରୀ ଘଟାଲ୍ କହିଛନ୍ତି ।