ଗାଈ, ଗୋରୁ, ଛେଳି, ମେଣ୍ଢା, ପିଉଥିବବିଲ ପାଣି ଉପରେ ନୂଆଗାଁ କଲୋନୀସାହି ବାସିନ୍ଦା ନିର୍ଭର ।

କନ୍ଧମାଳ ତା ୨୨/୦୨/୨୦୨୫ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ଗ୍ରାମ ପଞ୍ଚାୟତର ନୂଆଗାଁ କଲୋନୀସାହି ଗ୍ରାମରେ ଦୀର୍ଘ ଦିନ ହେଵ ପାନୀୟ ଜଳର ସମସ୍ୟା ଲାଗିରହିଛି। ଉକ୍ତ ଗ୍ରାମରେ ଗ୍ରାମବାସୀମାନେ ପୂର୍ବ ପୁରୁଷ ଅମଳରୁ ବସବାସ କରିଆସୁଛନ୍ତି।ଗ୍ରାମର ୮୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ଓ ଲୋକ ସଂଖ୍ୟା ପ୍ରାୟ ୩୦୦ରୁ ଉର୍ଦ୍ଧ ହେବ।ଗ୍ରୀଷ୍ମ ଋତୁ ନଆସିବା ପୂର୍ବରୁ ନୂଆଗାଁ କଲୋନୀ ସାହି ଗ୍ରାମରେ ପାନୀୟ ଜଳର ଶଙ୍କଟ ଦେଖାଦେଲାଣି।କୋଟଗଡ ବ୍ଲକ ଠାରୁ ନୂଆଗାଁ ଗ୍ରାମ ଦୂରତା ୫ କିମି ହେବ ଅତି ନିକଟରେ ବ୍ଲକ କାର୍ଯ୍ୟାଳୟ ଥାଇ ମଧ୍ୟ ଲୋକେ ପାଣି ପାଇଁ ଡହକ ବିକଳ ହୁଅନ୍ତି।ଅତି ଦୁଃଖ ଓ ପରିତାପର ବିଷୟ ଯେ ଦୀର୍ଘ ଦିନ ହେବ ପାନୀୟ ଜଳର ସଙ୍କଟ ଲାଗିରହିଛି । ଗ୍ରାମରେ ଦୁଇଟି ନଳକୂପ ଅଛି ସତ ଗୋଟିଏ ଅଚଳ ଅବସ୍ଥାରେ ପଡ଼ିରହିଛି , ଆଉ ଗୋଟିଏ କଳଙ୍କି,ଧରି ଦୂଷିତ ପାଣି ବାହାରୁଚି ଏବଂ ନଳକୂପକୁ ୨୦ ରୁ ୩୦ଥର ବାରମ୍ବାର ମାରିଲାପରେ ବୁନ୍ଦାଏ ଦୁଇ ବୁନ୍ଦା ପାଣି ବହୁ କଷ୍ଟ ରେ ବାହାରେ ସେବି ବାଲ୍ଟି, ମାଠିଆ ଫୁଲ ହୁଏନି।ଫଳରେ ଗ୍ରାମବାସୀମାନେ ଦୁଇ କିମି ଦୂରତାକୁ ଗଲେ ଏକ ବିଲ ପାଣି ଦେଖିବାକୁ ମିଳେ ସେହି ବିଲ ପାଣିକୁ ଗ୍ରାମବାସୀ ମାନେ ଗୋରା, ମାଠିଆ, ବାଲ୍ଟି ହାଣ୍ଡି, ରେ ଗାମୁଛା ପକାଇ ଛାଣି ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ସେହି ବିଲ ପାଣିକୁ ଗାଈ, ଛେଳି, ମେଣ୍ଢା, କୁକୁର, ଘୁଷୁରୀ, ମଇଁଷି ବିଭିର୍ନ୍ନ ପ୍ରକାର ପଶୁ ପକ୍ଷୀ ଗାଧା ପଧା କରନ୍ତି। ସେହି ପାଣିକୁ ଗ୍ରାମବାସୀମାନେ ବ୍ୟବହାର କରି ଡ଼ାଇରିଆ, ଝାଡା ବାନ୍ତି, ଜୋର, କିଡ଼ନୀ ରୋଗ ମଧ୍ୟ ଆକ୍ରାନ୍ତ ହେଇଥାନ୍ତି ଓ କେହି କେହି ରୋଗରେ ମୃତୁ ବରଣ ମଧ୍ୟ କରିଥାନ୍ତି।ଉକ୍ତ ଗ୍ରାମରେ ବସୁଧା ପାଣିଟାଙ୍କି ଅଛି ସତ ଆଜିପର୍ଯ୍ୟନ୍ତ ନୂଆଗାଁ କଲୋନୀ ଗ୍ରାମକୁ ସଂଯୋଗ ହେଇପାରି ନାହିଁ। ବସୁଧା ଟାଙ୍କି ମଧ୍ୟ ୪ବର୍ଷରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଗ୍ରାମବାସୀ କହିବା ଅନୁଯାଇ ନୂଆଗାଁ କଲୋନୀ ସାହି ଗ୍ରାମକୁ ଦୁଇ ଗୋଟି ସୋଲାର ପାଣି ଟାଙ୍କି ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଉକ୍ତ ପାନୀୟ ଜଳର ସମସ୍ୟା ନେଇ କୋଟଗଡ ଗୋଷ୍ଠି ଉନୟନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଆକାରେ ଦରଖାସ୍ତ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରି ହେଇପାରିଲାନାହିଁ। ଏଣୁ ଗ୍ରାମବାସୀ କହିବା ଅନୁଯାଇ ତୁରନ୍ତ ପାନୀୟ ଜଳର ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଭଟ ବର୍ଜନ କରିବୁ ଓ ବ୍ଲକ ଘେରାଉ କରିବୁ ବଲି ଚେତାବନି ଦେଇଛନ୍ତି। ଅଭିଯୋଗ କାରି ବିନିତା ମାଝୀ, ଲଳିତା ମାଝୀ, ସୁମିତ୍ରା ମାଝୀ, ମାର୍ତ୍ତା ମାଝୀ, କୁନି ନାୟକ, ବାସନ୍ତୀ ସାନସେଟ, ସୁକାନ୍ତି ନାୟକ, ଜିନିତା ମାଝୀ, ଯଶଦା ନାୟକ, ସୁଚିତ୍ରା ମାଝୀ,ସୁଷମା ନାୟକ, ଆମନାମାଇମାଝୀ, ପ୍ରମିଳା ନାୟକ, ମିନାକ୍ଷୀ ମାଝୀ, ପିନାମାଇ ମାଝୀ, ମିଲି ମାଝୀ, ବୁରକିମାଇ ମାଝୀ, ରୁନି ମାଝୀ, ହରବତୀ ନାୟକ। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାନୀୟ ଜଳର ସମସ୍ୟା ସମାଧାନ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି।