ରଘୁନାଥପୁର ଏଲ ଏଫ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ସଭାନେତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ବିକ୍ରୟକେନ୍ଦ୍ର ଜବରଦଖଲରୁ ଉନ୍ମୁକ୍ତ ପାଇଁ ଦାବି।ବ୍ଲକ ମହିଳା ମହାସଂଘ ପକ୍ଷରୁ ଖବରଦାତା ସମ୍ମିଳନୀ। ରଘୁନାଥପୁର:-୨୧/୨ରଘୁନାଥପୁର ବିଏଲଏଫ (ବ୍ଲକ ମହିଳା ମହାସଂଘ) ର ସଭାନେତ୍ରୀଙ୍କ ଉପରେ ହୋଇଥିବା ରକ୍ତାକ୍ତ ଆକ୍ରମଣରେ ପୋଲିସ ପକ୍ଷରୁ ନ୍ୟାୟ ପ୍ରଦାନ ଓ ଦୀର୍ଘଦିନ ତଳୁ ଜନୈକ ମହିଳା ଜବରଦଖଲରେ ରଖିଥିବା ମହାସଂଘର ଏକ ବିକ୍ରୟ କେନ୍ଦ୍ରକୁ ଉନ୍ମୁକ୍ତ କରିବା ପାଇଁ ଶୁକ୍ରବାର ମହାସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ଏକ ଖବରଦାତା ସମ୍ମିଳନୀ କରି ବ୍ଲକ ପ୍ରଶାସନ ନିକଟରେ ଦାବୀ ରଖିଛନ୍ତି। ସୂଚନାଯୋଗ୍ୟ କି ପୁର୍ବରୁ ସଂଘର ସଦସ୍ୟା ଥିବା ପ୍ରିୟଙ୍କା ମହାପାତ୍ର ମାହାସଂଘର ଏକ ବିକ୍ରୟ କେନ୍ଦ୍ରକୁ ଜୋରଜବରଦସ୍ତ ନିଜ ଅକ୍ତିଆରରେ ରଖି ନିଜର ଉଦେଶ୍ୟ ସାଧନ କରିଆସୁଥିଲେ। ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ତୁରନ୍ତ ଉକ୍ତ କେନ୍ଦ୍ରକୁ ଛାଡିବା ପାଇଁ କୁହାଯାଇଥିଲା।ଏଥିରେ ମହାପାତ୍ର କ୍ରୋଧାନିତ ହୋଇ ବିଭିନ୍ନ ସମୟରେ ମହାସଂଘର କର୍ମକର୍ତ୍ତା ଓ ସଦସ୍ୟା ମାନଙ୍କୁ ଆକ୍ଷେପ ମୂଳକ ବ୍ୟବହାର ପ୍ରଦର୍ଶନ କରିଥିଲେ।ଗତ ୧୮ ତାରିଖରେ ବିଏଲଏଫ ର ସଭାନେତ୍ରୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ମଧ୍ୟାହ୍ନ ସମୟରେ ଆସୁଥିବାବେଳେ ପ୍ରିୟଙ୍କା ମହିଳା ସଭାନେତ୍ରୀ ଆଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ରକ୍ତାକ୍ତ ଆକ୍ରମଣ କରିଥିଲେ।ଏ ସମ୍ପର୍କରେ ସଭାନେତ୍ରୀ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଥିଲେ।ଏତଦବ୍ୟତୀତ ମହାସଂଘର କର୍ମକର୍ତ୍ତାଙ୍କ ପକ୍ଷରୁ ଜବରଦଖଲରେ ରଖିଥିବା ଉକ୍ତ ବିକ୍ରୟ କେନ୍ଦ୍ରକୁ ଉନ୍ମୁକ୍ତ କରିବା ପାଇଁ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ଘଟଣାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସମ୍ପର୍କରେ ମହାସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।ସେହିପରି ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଉକ୍ତ ବିକ୍ରୟ କେନ୍ଦ୍ରକୁ ଉନ୍ମୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ମହାସଂଘର ସମ୍ପାଦିକା ମୃମୟୀ ପଣ୍ଡା,କୋଷାଧ୍ୟକ୍ଷ ପ୍ରମୋଦିନି ସ୍ବାଇଁ,ସଦସ୍ୟା କ୍ରିଷ୍ଣାରାଣୀ ଦାସ, ଶେଫାଳୀ ତା,କୃଷ୍ଣପ୍ରୀୟା ବିଶ୍ବାଳ, ଖୁଲଣାସୁନ୍ଦରୀ ରାଉତ ଓ ସେବତୀ ବେହେରା ଉପସ୍ଥିତ ଥିଲେ।
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ