ଜଗତସିଂହପୁର ଜିଲ୍ଲା ଅଲ ଓଡ଼ିଶା ଇ. ପି.ଏଫ ପେନସନ ଆସୋସିଏସନ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ଶାରଳା ଦାସଙ୍କ ସ୍ମୃତି ପୀଠ ମୁନି ଗୋଷେଇଁ ମଠ ରେ ଜଗତସିଂହପୁର ଜିଲ୍ଲା ଅଲ ଓଡ଼ିଶା ଇ. ପି.ଏଫ ପେନସନ ଆସୋସିଏସନ ର ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦ୍ରୀୟ ସଭାପତି ଭାଗ୍ୟଧର ବ୍ରହ୍ମା, ରାଜ୍ୟ ଉପସଭାପତି ରଞ୍ଜନ କୁମାର ଖୁଣ୍ଟିଆ, ଗୀତାଞ୍ଜଳି ପାତ୍ର, ପ୍ରଫୁଲ୍ଲ କୁମାର ଦାସ, କଟକ ଜିଲ୍ଲା ସଭାପତି ବୁଲେଇ ବେହେରା ପ୍ରମୁଖ ଯୋଗ ଦେଇ ଅଲ ଓଡ଼ିଶା ଇ. ପି.ଏଫ ପେନସନ ଆସୋସିଏସନ ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । 4ଟି ମୁଖ୍ୟ ଦାବି ମଧ୍ୟରେ ମିନିମମ ପେନସନ ଏକ ହଜାର ଟଙ୍କା ରୁ ୯ ହଜାର ଟଙ୍କା କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା ଲାଗୁ କରିବା, ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ପ୍ରକୃତ ଦରମାର ପ୍ରକୃତ ପେନସନ ବୃଦ୍ଧି, ସ୍ୱାସ୍ଥ୍ୟ ଗତ ସୁବିଧା ପାଇଁ ଆୟୁସମାନ ଯୋଜନାରେ ସାମିଲ କରିବା ଓ ସାମାଜିକ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଆସୋସିଏସନ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ଜିଲ୍ଲାର 1200 ଓ ରାଜ୍ୟର ଦୁଇ ଲକ୍ଷ 20 ହଜାର ଇ.ପି.ଏଫ ପେନସନ ଭୋଗି ଏହି ସଙ୍ଘରେ ଥିବାବେଳେ ସରକାର ତୁରନ୍ତ ଏହି ଦାବି ଗୁଡିକ ଉପରେ ଧ୍ୟାନ ଦେବାକୁ ଆସୋସିଏସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ରୀତା ସାହୁ