ଯାତ୍ରା

ଯାତ୍ରା
ଯାତ୍ରା ଶେଷ ଆଉ ଅଳପ ବାକି
ନାବ ଲାଗିଯିବ କୂଳରେ ଆସି।
ଭବ ଜଳେ ପଡ଼ି ମୁଁ ବାଟ ବଣା
ପାଉ ନାହିଁ ପ୍ରଭୁ ମୋର ଠିକଣା।
କେତେ ଯେ ବରଷା ଲହଡ଼ି ଝଡି
ବିପଦ ସାଗରୁ କରିଛ ପାରି।
ଯାତ୍ରା ଶେଷ ବେଳେ ପାଖରେ ମୋର
ରହିଥିବ ପ୍ରଭୁ ନ କରି ପର।
ଏତିକି ମିନତି ଭବ ନାଉରୀ
ନେଇଯାଅ ମୋତେ କୋଳେ ତୁମରି।
ଗୋଲୋକବିହାରୀ ବେହେରା
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ