କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ନାରୀ ନିର୍ଯାତନା ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପ।ଳଙ୍କୁ ଦାବିପତ୍ର ।

କନ୍ଧମାଳ ତା ୧୦/୦୩/୨୦୨୫ ଫୁଲବାଣୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରାଜ୍ୟ ସଭାପତି ଯୁକ୍ତ ଭକ୍ତ ଚରଣ ଦାସ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମା ର ପ୍ରଧାନ, ପାର୍ଯ୍ୟବେ କ୍ଷ କ ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ଶିବଶଙ୍କର ବେହେରା ଜିଲ୍ଲା ଉପସଭାପତି ରଜତ ମହାନ୍ତି, ପୂର୍ବତନ ନଗର କଂଗ୍ରେସ ସଭାପତି ବସନ୍ତ ପାଢ଼ୀ (ସିଲୁ) ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ବର୍ତ୍ତମାନ ର ସାଂସଦ ପର୍ଥି ଅମିର ଚ।ନ୍ଦ୍ ନାୟକ। ଓ ଜିଲ୍ଲାର ବରିଷ୍ଠ କଂଗ୍ରେସ କର୍ମୀ , ଶହ ଶହ କଂଗ୍ରେସ ଙ୍କ ଗହଣରେ ସ୍ଥାନୀୟ ଫୁଲବାଣୀ ସହର ମ।ଦି କୁ ନ୍ଦା ଛକଠାରୁ ବିଶାଳ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କୁ ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଲିଖିତ ଦାବିପତ୍ର ମୁତାବକ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଫେଲ୍ ମାରିଥିବା କଥା ଯଥା ରାଜ୍ୟରେ ନାରୀମାନେ ସୁରକ୍ଷିତ ନ ଥିବା କଥା ଲିଖିତ ଥିବା ଦେଖିବାକୁ ମିଳିଥିଲା ଶିଶୁ ମଧ୍ୟ ଏହିଠାରେ ଅସୁରକ୍ଷିତ ଅବସ୍ଥାରେ ଥିବା ଲିଖିତ ଅଭିଯୋଗ ରେ କୁହାଯାଇଛି ।

୨୦୨୩ ରେ ରାଜ୍ୟରେ ୨୮୨୬,୨୦୨୪ରେ୩୦୫୪ ବଳାତ୍କାର ମାମଲା ହୋଇଥିବା ବିଧାନ ସଭାରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି । ଏହି ଭଳି ଅନେକ ନାରୀ ମାମଲା ସହ ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯାତନା,ଯୁବତୀ ଚାଲାଣ କନ୍ୟା ଭ୍ରୁଣ ହତ୍ୟା ଭଳି ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଏକ ଅଲୋଡା ରେକର୍ଡ ସୃଷ୍ଟି କରିଛି । ମହିଳା ଓ ଶିଶୁ ମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସମ୍ପୁର୍ଣ୍ଣ ଦାୟୀ । ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା ନୀଳ ରଙ୍ଗ ବୋର୍ଡ ରେ ସୀମିତ ହୋଇ ରହିଛି ଏହାର ଉଦାହରଣ ବାଲେଶ୍ଵର ସୋର,ଢେଙ୍କାନାଳ, ସମ୍ବଲପୁର,ରାଉରକେଲା, ବଲାଙ୍ଗୀର ଖାଇରପା ଲ୍ଲି,କୋରାପୁଟ ଲକ୍ଷ୍ମୀପୁର ଭଦ୍ରକର ବେତ୍ ଡା, ଦେଗଡ ଓ ବରଗଡର ଧନୁ ଯାତ୍ରା ସମୟରେ ମହିଳା ମ। ନଙ୍କ ପ୍ରତି ଗଣ ବଳାତ୍କାର ଘଟଣା ରାଜ୍ୟବାସୀ ଭିତରେ ଆଲୋଡନ ସୃଷ୍ଟି କରିଛି । ମହିଳା ମାନେ ଅସୁରକ୍ଷିତ ଓ ଛାତ୍ରୀ ମାନେ କୁଆଁରି ମା ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜିତ କରିଛି । ବେଟି ପଡାଇ ବେଟି ବାଚଓ ସ୍ଲୋଗାନ ଦେଇଥିବା ଡ ବଲ୍ ଇଞ୍ଜିନ ସରକାର ୮ ମାସର ଶାସନ କାଳ ରେ ଲଜ୍ୟ ରେ ଭରି ରହିଛି , ମାଟ୍ରିକ ପରୀକ୍ଷା ବେଳେ ଛାତ୍ରୀ ମାନେ ଚ ଛୁଆ ଜନ୍ମ କରିବା କଥ। ସରକାରଙ୍କ ଅପାରଗତା ପଦ।ରେ ପକାଇଛି, ବ ଲି ପର୍ଯ୍ୟବେକ୍ଷକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର କହିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରମିକ କୃଷକ ସଂଘର୍ଷ ସମିତି କନ୍ଧମାଳ ର କର୍ମକର୍ତ୍ତା ଚଳିତ ନିର୍ବାଚନରେ ବର୍ତ୍ତମାନର ମହନ ସରକାର କରିଥିବା ଇସ୍ତାହାର ମୁତାବକ ଲକଙ୍କ ପାଇଁ କୗଣ ସି କାର୍ଯ୍ୟ କରିନାହାନ୍ତି କହି ସରକାରଙ୍କ ପାଖରେ କିଛି ଦାବି ରଖିଥିଲେ l

୧- ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯିବ ।୨ – ବିଧବା ଓ ବର୍ଦ୍ୟକମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ କରିବା ।୩ – ଗରିବ କୁ ମାସିକ ୫ କେଜି ଚାଉଳ ପରିବର୍ତ୍ତେ ୧୫ କେଜି ଚାଉଳ ଗ୍ରାମ ପଞ୍ଚାୟତରେ ନ ଦେଇ ଗାଁ ଗାଁ ରେ ଦିଆଯାଉ ।୪- ମାସିକ ୩୦୦ ଉନିଟ୍ ବିଦ୍ୟୁତ୍ ମାଗଣା ପ୍ରଦାନ କରାଯାଉ ।୫- ଭୂମି ହିନକୁ ପଟ୍ଟା ଓ ପକ୍କା ଘର ପ୍ରଦାନ ୬- ପ୍ରତ୍ୟେକ ଜମି କୁ ଜଳ ଜଗ।ଇ ଦିଆଯାଉ ।୭- କୃଷକ ଉତ୍ପାଦନ କରୁଥିବା ଫସଲର ଉଚିତ୍ ମୂଲ୍ୟ ଓ ଆଇନ୍ ର ଗ୍ୟାରେଣ୍ଟି କୁ ସୁନିଶ୍ଚିତ କରିବା ତଥା ସ୍ଵ।ମିନଥ ନ କମିଶନ ସୁପାରିସ କୁ ତୁରନ୍ତ ଲାଗୁ କରାଯାଉ ।୮- କୃଷକଙ୍କୁ କୃଷି ଋଣ ଛାଡ କରାଯାଉ ।ଏମିତି ବିଭିନ୍ନ ପ୍ରକାର ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ ଲୟକୁ ଘେରିଥିବ । କଥା ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା ଗଣ ମାଧ୍ୟମକୁ କହିଥିଲେ ।ନଗର ସଭାପତି ଶିବଶଙ୍କର ବେହେରା ଏହି ସବୁ ଦାବି ଗୁଡ଼ିକ ଉପର ସରକାର ଯଦି ପଦକ୍ଷପ ଗ୍ରହଣ କରି ଜନ ସାଧ୍ରଙ୍କୁ ମୌଳିକ ସୁବିଧା ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଜିଲ୍ଲା ରେ ଦୋକ।ନ ବଜାର, ବନ୍ଧ କର୍ କରିବ।କୁ ବାଧ୍ୟ ହେବୁ ବଳୀ କହିଥିଲେ ।