ମହା ଆଡ଼ମ୍ବର ସହକାରେ ସମାପନ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉଛବ।

ରାଇକିଆ, ତା 10/3/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କାଟାପଲି ସ୍ଥିତ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉଚ୍ଛବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଅଛି। ମନ୍ଦିର ପ୍ରତିଷ୍ଠା କଳସ ଯାତ୍ରା ଠାରୁ ଆରମ୍ଭ ହୋଇ ପ୍ରତ୍ୟେକ ଦିନ ନାମ ଯଜ୍ଞ,ଘୃତ ଯଜ୍ଞ, ଅର୍ଣ ଯଜ୍ଞ,ଜପ ତପ ଯଜ୍ଞ ସହିତ ଦେବ ସ୍ନାନ,ନଗର ଭ୍ରମଣ,ବିଗ୍ରହ ସ୍ଥାପନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସାତ ଦିନ ବ୍ୟାପୀ ଚାଲିଥିବା ବେଳେ ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ମନ୍ଦିର ପ୍ରତିଷ୍ଠା ଉଚ୍ଛବ ରେ ରାଇକିଆ ଜଗନ୍ନାଥ କମିଟି ସଭାପତି ଶ୍ରୀ ସତ୍ୟବାନ୍ ପାତ୍ର, ବାଇନାଥ ଦାଶ,ଭଜରାମ ପତି,ବିକ୍ରମ ପାଳ,ରାମ କୃଷ୍ଣ ପାତ୍ର,ଭଗବାନ ପାତ୍ର କର୍ତ୍ତା ଭାବେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିବା ସକାଶେ ତପ୍ତର ରହିଥିଲେ ଜଗନ୍ନାଥ ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ।ଜନ ଗହଳି କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।