ନାରୀ ସୁରକ୍ଷା ଓ ରାଜ୍ୟରେ ମହିଳା ଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୁଦ୍ଧରେ କଂଗ୍ରେସ ର ବିକ୍ଷୋଭ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସାରା ରାଜ୍ୟରେ ନାରୀ ସୁରକ୍ଷା ଓ ରାଜ୍ୟରେ ମହିଳା ଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୁଦ୍ଧରେ କଂଗ୍ରେସ ର୍ ବିକ୍ଷୋଭ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ସଭାପତି ନଟବର ବାରିକ ଙ୍କ ନେତୃତ୍ୱରେ ବହୁ ନେତା, କର୍ମୀ ଓ ମହିଳା ମାନେ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମହିଳାମାନେ ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡିଛନ୍ତି । ବିଶେଷ କରି ରାଜ୍ୟରେ ବିଜେପି ସରକାର ହେବା ଦିନ ଠାରୁ ଏହା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ହାତବାନ୍ଧି ବସିଛନ୍ତି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଆହ୍ବାନ ଦିଆଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବରିଷ୍ଠ ନେତା ନଳିନୀ କାନ୍ତ ସ୍ବାଇଁ, ନିରଞ୍ଜନ ବେହେରା, ବିପ୍ଳବ ଚୌଧୁରୀ, ପ୍ରତିମା ମଲ୍ଲିକ, ଦୀପ୍ତି ଦାସ ଓ ଶତାଧିକ କର୍ମୀ ପ୍ରମୁଖ ଉପସ୍ଥିତ ରହି ମହାମହିମ ରାଜ୍ୟପାଳ ଉଦ୍ଦେଶ୍ୟ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।