କୃଷି ସମବାୟ ସମିତି କାର୍ଯାଳୟରେ ତାଲା ପକାଇବା ସହ ଯୋଗାଣ ବିଭାଗ ଓ ଉପଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ।

ଧାନମଣ୍ଡିରେ ତାତିଲେ ଚାଷୀ। କୃଷି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଜଣାଇଲେ ଶତାଧିକ ଚାଷୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କୃଷି ସମବାୟ ସମିତି କାର୍ଯ୍ୟାଳୟରେ ତାଲାପକାଇଲେ ଚାଷୀ। ଏହା ସହ କାମାକ୍ଷାନଗର ଉପଜିଲ୍ଲାପାଳ ଓ କାମାକ୍ଷାନଗର ଉପଖଣ୍ଡ ଯୋଗାଣଅଧିକାରିଙ୍କୁ ଭେଟି ଦାବିପତ୍ର ମାଧ୍ୟମରେ ଜଣାଇଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୬୪୭ ଜଣ ଚାଷି ଚଳିତବର୍ଷ ପଞ୍ଜିକୃତ କରିଥିଲେ। ସେଥିମଧ୍ୟରୁ ବର୍ତମାନ ସୁଧା ୪୮୯ ଜଣ ଚାଷି ମୋଟ ୧୯୫୦୦ କ୍ବିଣ୍ଟାଲା ଧାନ ଯାଇ ସାରିଲାଣି। ଆଉ ବାକି ୧୫୮ ଜଣ ଚାଷିଙ୍କର ୫୫୦୦ କ୍ବିଣ୍ଟାଲ ଧାନକିଣିବାର ଅଛି। ଚାଷିମାନେ ସମବାୟ ସମିତିରେ ପଚାରିଲେ ଟାର୍ଗେଟ ଆସିନି,ଟାର୍ଗେଟ ଆସିଲାଠୁ ଧାନ ଉଠିବ ବୋଲି କହୁଛନ୍ତି। ମାତ୍ର ସରକାର ଧାନ କିଣିବାର ଅବଧି ସରି ଆସୁଛି । ଏପଟେ ଏତେ ସଂଖ୍ୟକ ଚାଷିଙ୍କ ଧାନ କିଣା ହେଇପାରୁନାହିଁ। ସେନେଇ ଆଜି ସମବାୟ ସମିତିରେ ତାଲା ପକାଇଥିଲେ ୧୫୮ ଚାଷୀ। ଉପଖଣ୍ଡ ଯୋଗାଣ ଅଧିକାରୀ ସମସ୍ତ ଚାଷୀଙ୍କ ଧାନ କିଣାଯିବାର ପ୍ରତିଶୃତି ପରେ ପରିସ୍ଥିତି ସାନ୍ତ ପଡିଥିଲା। ଯଦି ବାକି ରହିଯାଇଥିବା ଚାଷୀଙ୍କ ଧାନ ତୁରନ୍ତ ନଉଠାଯାଏ ତେବେ ଆଗାମିଦିନରେ ଆନ୍ଦୋଳନର ଋପ ନେବ ବୋଲି ଚେତାବନି ଦେଇଛନ୍ତି ଚାଷୀ।