ଅନେକ ବର୍ଷ ପରେ ନୟାହାଟ ନାଗପୁର ରାସ୍ତା କୁ ଜୀଵନଦାନ ମିଳୁଛି l

ଗୋପ ୧୧/୦୩/୨୫ ବିଗତ ସରକାର ଙ୍କ ସମୟରେ ଯେଉଁ ସବୁ କାର୍ଯ୍ୟ ର ଉର୍ନ୍ନତିକରଣ ହୋଇନଥିଲା ଏଵେ ତାହା ହେବାକୁ ଯାଉଛି l ଯଥା ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ନାଗପୁର ଠାରୁ ନୟାହାଟ କୁ ରାସ୍ତାର ନବୀକରଣ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି l ଉକ୍ତ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଗୋପ ବ୍ଲକ ନାଗପୁର ଠାରୁ ନୟାହାଟ ପର୍ୟ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଈ ପଡ଼ିଥିଲା। ନାଗପୁର ଓ ନୟାହାଟ ଗୋପ ବ୍ଲକ ପ୍ରମୁଖ ବ୍ୟବସାୟ କେନ୍ଦ୍ର। ଏହି ଦୁଇ ବାଜରକୁ ସଂଯୋଗ କରୁଥିବା ୨୧ କିମି ରାସ୍ତା ଉପରେ ହଜାର ହଜାର ଲୋକ ଦୈନିକ ନିର୍ଭର କରନ୍ତି।

ରାସ୍ତା ଅବସ୍ଥା ଦୀର୍ଘ ବର୍ଷ ହେବ ପରିତ୍ୟକ୍ତ ହୋଇପଡ଼ିଥିଲା। ଭାଜପା ସରକାର ଆସିବା ପରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହଯୋଗ ମନ ଯୋଗୁଁ ଏହାକୁ ଉନ୍ନତିକରଣ ପାଇଁ ବ୍ୟବସ୍ତା କରାଗଲା। ଗତ ଫେବୃୟାରୀ ୨୭ ତାରିଖରେ ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ଉପ ମୂଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୬କୋଟି ୩୫ଲକ୍ଷ ବ୍ୟୟ ଅଟକଳରେ ହେଉଥିବା ଏହି କାର୍ଯ୍ୟକୁ ଗୁରୁତ୍ୱ ଭାବି ଠିକାଦାର ଏଜେନ୍ସି ପକ୍ଷରୁ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ଯାକ ଅନେକ ଖାଲଖମା ଥିବାରୁ ପ୍ରଥମେ ସେ ସବୁ ଠିକ୍ ଭାବେ କାର୍ଯ୍ୟ କରାଯାଇ ପିଚୁ କାର୍ଯ୍ୟ କରାଯିବ। ଠିକାଦାର ସଂସ୍ଥା ପକ୍ଷରୁ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷେ ମଧ୍ୟରେ ଏହା ଏକ ସୁନ୍ଦର ରାସ୍ତା ହେବା ସହ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଗମନାଗମନ ସୁବିଧା ହେବ। ତେଣୁ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ନିୟମ ଓ ସମୟ ଅନୁସାରେ ସମ୍ପନ୍ନ କରାଯିବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *