ଲିଭର ଜନିତ ରୋଗରେ ଜୀବନ ମରଣ ସହିତ ସଂଘର୍ଷ ରାଜ ମିସ୍ତ୍ରୀ l

ଲିଭର ଜନିତ ରୋଗରେ ପୀଡିତ ଶୁକଦେବ ଔଷଧ କିଣି ଖାଇବା ପାଇଁ ସମ୍ବଳ ନାହିଁ l ମୁର୍ତ୍ୟୁ ସହିତ କରୁଛନ୍ତି ସଂଗ୍ରାମ, ନାଁ ପାଖରେ ଅଛି ଟଙ୍କା କି ଜମିବାଡ଼ି, ନିଜରବି ଘର ଖଣ୍ଡିଏ ନାହିଁ l ତାଙ୍କ ଉପରେ ନିର୍ଭର କରୁଥିଲେ ପରିବାରର ପାଞ୍ଚଜଣ ସଦସ୍ୟ,ବୃଦ୍ଧା ମା ଗୋଲି ଜେନା, ଧର୍ମ ପତ୍ନୀ ରୀନା ଜେନା, ଦୁଇ ପୁଅ ଓ ନିଜେ ଶୁକଦେବ ଜେନା lଶୁକଦେବ ଜଣେ ରାଜମିସ୍ତ୍ରୀ ଭାବେ କାମ କରି ସୁଦୂର ବାହାର ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କର ହସଖୁସିରେ ସଂସାର ଚଳିବା ସହିତ ଦୁଇପୁଅଙ୍କୁ ପାଠପଢ଼ାଇବା ଓ ସେମାନଙ୍କୁ ମଣିଷ କରିବେ ଓ ଦୁନିଆରେ ପ୍ରତିଷ୍ଠିତ କରିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ଚୁରମାର ହୋଇଯାଇଛି l ଟଙ୍କା ପଇସା ଅଭାବକାରଣ ରୁ ପିଲାଙ୍କ ପାଠ ପଢ଼ା ବନ୍ଦ ହୋଇଛି, ଖାଇବାକୁ ପାଉନଥିବା ବେଳେ କେତେ ବାକି ସାକି ହୋଇ ଚଳିବେ ଚିନ୍ତାରେ ପରିବାର ଲୋକେ, ଏଣେ ଦିନକୁ ଦିନ ଦେହ ଅସୁସ୍ଥ ସହିତ ଔଷଧ ବାବଦକୁ ଦିନକୁ ଅଠରଶହ ଟଙ୍କା ଦରକାର, ରୋଜଗାର ନାହିଁ ଚଳିବେ କେମିତି, ସତେ ଯେମିତି ଅଭିଶପ୍ତ ଜୀବନ ପରି ପରିବାରରେ ଘଟିଯାଉଛି ବିଭିନ୍ନ ସମସ୍ୟା, ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଞ୍ଚଳ ଦେଓଗାଁ ପଞ୍ଚାୟତ ଓଡଗାଁ ଗ୍ରାମର ଶୁକଦେବ ଜେନାଙ୍କ କଥା ବୟସ ଚାଳିଶି, ଲିଭରଜନିତ ରୋଗରେ ପୀଡିତ ହୋଇ ଆଜକୁ ପାଞ୍ଚବର୍ଷ ହେବ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଯାହା ଟଙ୍କା ପଇସା ଥିଲା ତାହା ମେଡିକାଲ ଦେଖାରେ ସରିଯାଇଛି ବହୁତ ବାକିଆ ହୋଇ ଦୋବlଳିଆ ପରିସ୍ଥିତି ଉପୁଜିଛି,କିନ୍ତୁ ଗତ 26/05/2019ରିଖ ଠାରୁ ଲିଭର ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ kims ମେଡିକାଲ ରେ ଚିକିତ୍ସା କରାଇଥିଲେ,ପ୍ରଥମେ 29/05/2019ରେ ଆଡିମିଶନ କରି 04/06/2019ରେ ଡିସ୍ଚାର୍ଜ ହୋଇଥିଲେ,ତା’ପରେ 07/02/2022ପର ଠାରୁ 14/02/2022 ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶଅନୁଯାଇ ଗୁଡିଏ ପରୀକ୍ଷା କରାଯାଇଥିଲା l କିନ୍ତୁ ଗତ ଚାରି ପାଞ୍ଚ ବର୍ଷ ହେଲା ରୋଗ ବଢ଼ି ଗୁରୁତର ବିପଦ ଆଡକୁ ମୁହଁଇବା ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନେଇ ଭୁବନେଶ୍ୱର କିମ୍ସ ମେଡିକାଲ ରେ ଚିକିତ୍ସା କରାଯାଉଥିବା ପରେ କିଛି ଉର୍ନ୍ନତି ହୋଇପାରିଲା ନାହିଁ l ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇବାରୁ ପୁନର୍ବାର କିମ୍ସ ମେଡିକାଲ ଭୁବନେଶ୍ୱରରେ 29/012025ରେ ଆଡିମିସନ କରି 04/02/2025ରେ ଡିସ୍ଚାର୍ଜ ହୋଇଛନ୍ତି l ଏହି ଅବଧିର ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ହୋଇଅଛି l ଯାହାର ନମ୍ବର 1903410064କିନ୍ତୁ ଆବଶ୍ୟକୀୟ ମେଡ଼ିସିନ ମିଳିପାରୁନାହିଁ l ସେବେଠାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିପାରୁନାହିଁ l ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅସ୍ତ୍ରପ୍ରଚାର କଲେ ମଧ୍ୟ ଏହା ଆରୋଗ୍ୟ ହୋଇପାରିବ ନାହିଁ l କେବଳ ଔଷଧ ଦ୍ୱlରl କିଛିଦିନ ବଞ୍ଚିବl ହେବ,ଦୈନିକ ଔଷଧ ବାବଦକୁ 1800ଟଙ୍କା ରୁ ଅଧିକ ଆବଶ୍ୟକ ଥିବା ବେଳେ ଯାହା ପରିବାର ପ୍ରତି ଅସମର୍ଥ l ଯାହା ଅର୍ଥ ସଞ୍ଚିତ କରି ରଖିଥିବା ଟଙ୍କା ଓ ସୁନା ଗହଣା ବିକ୍ରି ହୋଇ ଯାଇଛି l ସେମାନଙ୍କ ପାଖରେ ଆଉ କୌଣସି ସମ୍ବଳ ନାହିଁ l ପରିବାର ଲୋକେ ହତାଶ ହୋଇଯାଇଛନ୍ତି l ତେଣୁ ସରକାରୀ ସ୍ଥରରେ କିମ୍ବା ଅନ୍ୟ କୌଣସି ସ୍ଥରରୁ କିଛି ସାହାଯ୍ୟ ସହଯୋଗ କଲେ ହୁଏତ କିଛି ଦିନ ବଞ୍ଚିବା ପାଇଁ ଆଶା ରଖିଛନ୍ତି ପରିବାର ସଦସ୍ୟ ମାନେ, ଓଡିଶା ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ହୁଅନ୍ତୁ ସାହାଯ୍ୟ କରିବାକୁ ନିବେଦନ କରିବା ସହିତ ସାହାଯ୍ୟ ସହଯୋଗ ପାଇଁ ଅନାଇ ବସିଛନ୍ତି ଶୁକଦେବ ଓ ତାଙ୍କ ପରିବାର l

Leave a Reply

Your email address will not be published. Required fields are marked *