ଲକ୍ଷପତି ଦିଦି ଯୋଜନା ଗ୍ରlମୀଣ ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ।

ଫୁଲବାଣୀ , କନ୍ଧମାଳ ଫୁଲବାଣୀ ସହର ସ୍ଥାନୀୟ କୋରାନେସନ୍ ଖେଳ ପଡ଼ିଆରେ ଠାରେ ଜିଲ୍ଲା ପ୍ରଶାସନ ତରଫରୁ କନ୍ଧମାଳ ଜିଲ୍ଲାର ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ପାଇଁ, ଲକ୍ଷପତି ଦିଦି ଯୋଜନା ଗ୍ରlମୀଣ ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ବାର୍ଷିକ ଅତି କମ୍ରେ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରି ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ସରକାରୀ ପଦକ୍ଷେପ ଅଟେ । ଏହି ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କୃଷି, ଦୁଗ୍ଧ ଚାଷ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ଆୟସୃଷ୍ଟିକାରୀ କାର୍ଯ୍ୟକଳାପରେ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ପାଣ୍ଠି, ପ୍ରଶିକ୍ଷଣ, ଏବଂ ପରାମର୍ଶ ପ୍ରଦାନ କରାଯାଏ। ତେବେ, ସ୍ଥାନୀୟ କରୋନେସନ – ପଡ଼ିଆରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଜିଲ୍ଲା ସ୍ତରୀୟ କର୍ମଶାଳା ଲକ୍ଷପତି ଦିଦି ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ,ଅତିରିକ୍ତ କାର୍ଯନିର୍ବାହୀ ଅଧିକାରୀ(ପ୍ରଶାସନ), ଜିଲ୍ଲା ପରିଷଦ ନରେନ୍ଦ୍ର କୁମାର ନାୟକ ଆଜିର ଏହି କର୍ମଶାଳାକ ଏମ୍ଆଇଏସ୍ ଡୁଡା ଶ୍ରୀ ଶୁଖରଞ୍ଜନ ସାହାଣୀ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବିନୋଦ କୁମାର ଜେନା. ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ରୋ, ଡିପିସି ମିଶନ ଶକ୍ତି ଶ୍ରୀ ରାମ ତାଣ୍ଡି, ଡିପିସି, ଓ ଏଲ୍ଏମ୍ ଶ୍ରୀ ହେମନ୍ତ ବାଗ, ଟିମ୍ ସଂଯୋଜକ,ପ୍ରଦାନ ଏବଂ ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗଦେଇଥିଲେ ।