ପୁରୀ ଶ୍ଵେତାଗଙ୍ଗାରେ ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ କରାଯାଇଛି ଅସ୍ଥି ବିସର୍ଜନ

ଓଲିଉଡ୍ ଅଭିନତା ବାବୁସାନ୍ ମହାନ୍ତି ଆଜି ପୁରୀ ଆସି ଶ୍ଵେତଗଙ୍ଗା ପୁଷ୍କରିଣୀରେ ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପତ୍ନୀ ତୃପ୍ତି ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନା ଅନୁସାରେ ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ର ମେଦାନ୍ତ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା। ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଗତ ସୋମବାର ଭୁବନେଶ୍ଵରରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ବହୁ କଳାକାର ଏବଂ ସିନେପ୍ରେମୀ ଯୋଗ ଦେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ପୁଅ ବାବୁସାନ୍ ଓ ବୋହୁ ତୃପ୍ତି ପୁରୀ ଶ୍ଵେତଗଙ୍ଗାରେ ଅସ୍ଥି ବିସର୍ଜନ କରିବା ସହିତ ବ୍ରାହ୍ମଣ ଭୋଜନ କରାଇଥିଲେ l ବାପା ଙ୍କ ଇଛାକୁ ପୂରଣ କରିଛନ୍ତି ବାବୁସାନ l ପ୍ରଥମେ ରାଜକୀୟ ପରେ ପରିବାର l କାରଣ କଳା ଜଗତରେ ଜନ୍ମ ଗ୍ରହଣ କରିଛେ ପ୍ରଥମେ କଳା କୁ ଭଲପାଇବା ଓ ସଂମ୍ମାନ ଦେବା l ସେହି ଅନୁଯାଇ ବାବୁସାନ ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଦଶାହ ଓ ଅସ୍ଥି ବିସର୍ଜନ କରି ମୁଣ୍ଡନ ହୋଇନଥିଲେ l ପରବର୍ତୀ ସମୟରେ ନିଜ ପୈତୃକ ଘରକୁ ଯାଇ ଶ୍ରାଦ୍ଧ ଓ ପରେ ତ୍ରିବେଣୀ ସଙ୍ଗମ ଯାଇ ଶ୍ରାଦ୍ଧ ଦେବା ସହ ମୁଣ୍ଡନ ହେବେ ବୋଲି ମତପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *