ରାଇକିଆ ବ୍ଲକ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରାଇକିଆ ବ୍ଲକ ପ୍ରଶାସନ ଓ ସମ୍ବନ୍ଧିତ ବିଭାଗର ସହଯୋଗରେ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଭିନ୍ନକ୍ଷମ ବ୍ୟକ୍ତି ଏବଂ ତାଙ୍କ ପରିବାରବର୍ଗ ଅଂଶଗ୍ରହଣ କରିଥିଲେ।ଶିବିରରେ ସର୍ବମୋଟ 618 ଜଣ ମଧ୍ୟରୁ 373 ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା, 11 ଜଣଙ୍କୁ ହୁଇଲ ଚେୟାର, ଜଣ ଙ୍କୁ ଟ୍ରାୟ ସାଇକେଲ ଏଵଂ 4 ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା.।ଏହି କାର୍ଯ୍ୟକ୍ରମ ରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ,ଏବିଡିଓ ଦିବ୍ୟସିଂହ କହଁର, A.E.E ବଣ୍ଟି କୁମାର ଚୌଧୁରୀ, ବି.ଏସ୍.ଏସ୍.ଓ ରାମକୃଷ୍ଣ ବେହେରା, ଏସ୍.ଏସ୍.ଓ ମମିତା ପ୍ରଧାନ,ପ୍ରଜ୍ଞାଂସ୍ମିତା ପାଢ଼ୀ ,ପୂର୍ଣବାଶି ଦାଶ,ସମସ୍ତ ପଞ୍ଚାୟତ ର ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ବି.ପି.ସି କମଲ ପ୍ରସାଦ ନାୟକ,OLM ଜୟଦେବ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ.।

Leave a Reply

Your email address will not be published. Required fields are marked *