ବନlଗ୍ନୀ ନିରାକରଣ ସମନ୍ୱୟ ବୈଠକ ଅନୁଷ୍ଠିତ

ଆନନ୍ଦପୁର , ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଗୋଡ଼ଭଙ୍ଗା ସେକ୍ସନ ଠାରେ ଆନ୍ତଜିଲ୍ଲା ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଗୋଡ଼ଭଙ୍ଗା ସେକ୍ସନ ବନପାଳ ବିଜୟ କୁମାର ମହାନ୍ତ ଙ୍କ ସଂଯୋଜନାରେ ଜଙ୍ଗଲ ନିଆଁ ନିରାକରଣ ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରଭାତ କୁମାର କୁଅଁର (ସହକାରୀ ବନ ସଂଗ୍ରକ୍ଷକ କରଞ୍ଜିଆ )ଯୋଗଦେଇଥିବାବେଳେ ସଂମ୍ମାନିତ ଅତିଥି ଭାବେ ପ୍ରହଲ୍ଲାଦ ମଢେଇ ( ୧୯ ନମ୍ବରଜିଲ୍ଲାପରିଷଦ) କରୁଣା କର ନାୟକ ସରପଞ୍ଚ ଧାତିକିଡିହl, ରବୀନ୍ଦ୍ର ନାଥ ମହlନ୍ତ ରେଞ୍ଜର ସାତକୋଶିଆ ଏବଂ ଲକ୍ଷ୍ମୀଧର କିସ୍କୁ ( ଫରେଷ୍ଟର ବୁଡିକୁଦ ) ଯୋଗ ଦେଇଥିଲେ l ଏହି ବୈଠକ ଆରମ୍ବରେ ଶ୍ରୀ ଗଦାଧର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କର ପରିଚୟ କରlଇଥିଲେ l ଅତିଥି ମାନେ ବିଭିନ୍ନ ଉଦାହରଣ ଦେଇ ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ସ୍ଥାନୀୟ ଲୋକମାନଙ୍କୁ ନିଆଁ କୁ ଜଙ୍ଗଲରେ ନ ଲଗାଇବାପାଇଁ ସଚେତନ କରାଇଥିଲେ l ଏହି ବୈଠକ ରେ ନୁର୍ତ୍ୟ ମାଧ୍ୟ୍ୟମରେ ଲୋକଙ୍କୁ ସଚେତନା କରାଇବାସହ ୧୨ ଗୋଟି ବନ ସମିତିକୁ ମାନପତ୍ର ଏବଂ ଉତ୍ତରୀୟ ଦିଆଯାଇଥିଲା l ଶେଷରେ ୧୦ ଜନ ଗଜ ସାଥୀଙ୍କୁ ମାନପତ୍ର ଟ୍ରଫି ସହ ଉତ୍ତରୀୟ ଦେଇ ସମ୍ବର୍ଥନା କରାଯାଇଥଲା l ବୈଠକ ରେ ବନ ସୁରକ୍ଷା ସମିତିର ମେମ୍ବର,ଏସ ଏଚ ଜି ମେମ୍ବର, ଅନେକ ଗଜସାଥୀ ମେମ୍ବର ଙ୍କସହ ଅଫିସ କର୍ମଚାରୀ ସହଯୋଗ କରିଥିବା ବେଳେ ୧୫୦ ରୁ ୨୦୦ ଲୋକଙ୍କ ସମାବେଶ ହୋଇଥିଲା l

Leave a Reply

Your email address will not be published. Required fields are marked *