ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ଉଦଳା , ସାମ୍ବାଦିକଙ୍କ କଲମ ମୁନ ଶାଣିତ ହେଲେ ସମାଜ ସୁସଙ୍ଗଠିତ ହୋଇପାରିବ । ଏବଂ ଏକ ସୁସମାଜ ଗଠନ ହୋଇପାରିବ । ବୁଧବାର ଦିନ ସାଢେ ୧୦ ଟା ଠାରେ ଉଦଳା ସିପ୍ରନ ଇନ୍ ହୋଟେଲରେ ଆୟୋଜିତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଦାସ, ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ସଞ୍ଜୟ କୁମାର ଅଗ୍ରୱାଲା, ଛାତ୍ର ନେତା ତଥା ପୂର୍ବତନ କାଉନସିଲର ପ୍ରଭାତ କୁମାର ପରିଡା ପ୍ରମୁଖ ମଂଚାସୀନ ହୋଇଥିଲେ । ପ୍ରଥମେ ମଂଚାସୀନ ଅତିଥିମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହା ପରେ ମୟୂରଭଞ୍ଜ ଜିଲ୍ଲାର ପ୍ରଖ୍ୟାତ ଅଭିନେତା ଦିବ୍ୟଙ୍ଗତ ଉତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ତତପରେ ସଙ୍ଗୀତଜ୍ଞ ବିଶ୍ୱନାଥ ପଣ୍ଡାଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହିତ ନୃତ୍ୟଶିଳ୍ପୀ ଅନନ୍ୟ ବି ଲେଙ୍କାଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ଏହା ପରେ ସଭାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାମ୍ବାଦିକମାନେ ନିଜର କଲମ ମୁନକୁ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥରେ ଚଲାଇବା ଜରୁରୀ, ଲୋକଙ୍କ ପାଇଁ ନିଜ କଲମ ମୁନକୁ ଶାଣିତ କରିଲେ ଏକ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହେବ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଅନେକ ସମସ୍ୟା ନେଇ ଦାବି ଉପସ୍ଥାପନ ହୋଇ ଆସୁଥିବା ବେଳେ ତାହା ଉପରେ ଆଗାମୀ ଦିନରେ ସଂଘ ଅଧିକ ଗୁରୁତ୍ୱ ଦେବ ଏବଂ ସଂଘ ସାମ୍ବାଦିକଙ୍କ ସମସ୍ୟାକୁ ପ୍ରାଥମିକତା ଦେବ ବୋଲି ମୁଖ୍ୟ ଅତିଥି ଏବଂ ଅନ୍ୟ ବକ୍ତାମାନେ କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ତର ଓଡିଶାର ଆଦର୍ଶ ଭାବେ ଅଶୋକ କୁମାର ଦାସ ଏବଂ ରୋମିତା ମହାପାତ୍ର, ସ୍ୱାସ୍ଥ୍ୟ ସଚେତକ ପାଇଁ ସନ୍ଦୀପ କୁମାର ମହାନ୍ତି, ନୃତ୍ୟ ଶିଳ୍ପୀ ଅନନ୍ୟ ବି ଲେଙ୍କା, କ୍ଷୁଦ୍ର ଉଦ୍ୟୋଗୀ ଗୌରଗୋପାଲ କରଣ, ସଙ୍ଗୀତଜ୍ଞ ବିଶ୍ୱନାଥ ପଣ୍ଡାଙ୍କ ସମେତ, କପ୍ତିପଦା ଉପଖଣ୍ଡର ସାମ୍ବାଦିକ ଆନନ୍ଦ ଦାସ, ଶ୍ରୀକାନ୍ତ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ସାମ୍ବାଦିକ ପ୍ରଶାନ୍ତ ଦାସ ପଟ୍ଟନାୟକ, ଖୁଦିରାମ ମହାନ୍ତି, ଗୌରିଶଙ୍କର ସିହ୍ନା, ଡା. କୁମାର ବାବୁଲିଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ ଶୀର୍ଷକ ଆଲୋଚନଚକ୍ରରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲା । ଏହି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ବାଚ୍ଛିନୀ, ଜଗବନ୍ଧୁ ପ୍ରଧାନ, ଦୀପକ କୁମାର ପାଣିଗ୍ରାହୀ, ସୁଶାନ୍ତ କୁମାର ମହାନ୍ତି, ନେତାଜୀ ରଥ, ତପନ ମହାନ୍ତି, ବୁଲୁରାମ ଦାସ, ତପନ କୁମାର ସେଠୀ, ଅଭିଜିତ୍ ବେହେରା, ଶ୍ୱେତସୁନ୍ଦର ମଲ୍ଲିକ, ନିମାଇ ପ୍ରସାଦ ଦାସ, ଚିତରଂଜନ ଦଳେଇଙ୍କ ସମେତ ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ସହଯୋଗ କରିଥିଲେ ।