ଓଡ଼ିଶା ପଞ୍ଚାୟତିରାଜ

Date:- 23/04/2025Place:- bhadrak ଓଡ଼ିଶା ପଞ୍ଚାୟତିରାଜ,ପାନୀୟଜଳ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ପ୍ରଶାସନ ସହାୟତାରେ ଚରମ୍ପା ଅଗ୍ରସେନ୍ ଭବନ ରେ ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଥମ ଥର ପାଇଁ ହିତାକାରୀ ଙ୍କୁ ରେସନ କାର୍ଡ ବଣ୍ଟନ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ରେସନ୍ କାର୍ଡ ବଣ୍ଟନ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପ୍ରଥମେ ହିତା ଧୀ କାରୀଙ୍କୁ ଶୁଭାରମ୍ଭ କରି ଥ‌ିବା ବେଳେ ଭଦ୍ରକ , ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଚରମ୍ପା ଠାରେ ଯୋଗ ଦେଇ ଜିଲ୍ଲାର ୭ ଟି ବ୍ଲକ ୪ ଟି ପୌରାଞ୍ଚଳ ରେ ପ୍ରଥମ ପକ୍ଷ ପର୍ଯ୍ୟାୟରେ ୫୪୧ ଜଣ ହିତାଧୂକାରୀଙ୍କୁ ରାସନ କାର୍ଡ ବଣ୍ଟନ କରି ଥ‌ିବା ବେଳେ ୭ ଟି ବ୍ଲକ ଧାମନଗର, ବନ୍ତ, ଭଦ୍ରକ, ଭଣ୍ଡାରି ପୋଖରୀ, ବାସୁଦେବପୁର, ତିହିଡି, ଚାନ୍ଦବାଲି, ବ୍ଲକ ର ପଞ୍ଚାୟତର ଶ୍ରେଷ୍ଟ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧୂକାରୀ ପି ଇ ଓ ଙ୍କୁ ସମ୍ବନ୍ଧିତ କରାଯାଇଥିଲ।

ହିତାଧୂକାରୀମାନେ ଏବଂ ବିଧାୟକ, ଜିଲ୍ଲାପାଳ, କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ରେ ଉପକୃତ ହୋଇ ଥ‌ିବା ରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧୂକାରୀ ଶୁଭେନ୍ଦୁ ସାମଲ,ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ତାପସ ସାମଲ, ବିଡ଼ିଓ ରଶ୍ମି ରଞ୍ଜନ ମଲ୍ଲିକ,ବ୍ଲକ ଅଧ୍ଯକ୍ଷା ଉର୍ମିଳା ନାୟକ,ଜିଲ୍ଲା ଯୋଗାଣ ଅଧୂକାରୀ ଲିଙ୍ଗରାଜ ବେହେରା, ଜିଲ୍ଲାପରିଷଦ ସଦସ୍ୟ ମଳୟ ଜେନା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *