କୋରେଇ ବ୍ଲକ କାର୍ଯ୍ୟାଳୟ ବ୍ଲକ ପ୍ରଶାସନ ପକ୍ଷରୁ ଜାତୀୟ ପଂଚାୟତ ରାଜ ଦିବସ ପାଳିତ

କୋରେଇ ବ୍ଲକ କାର୍ଯ୍ୟାଳୟ ବ୍ଲକ ପ୍ରଶାସନ ପକ୍ଷରୁ ଜାତୀୟ ପଂଚାୟତ ରାଜ ଦିବସ ପାଳିତ, ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ ବଣ୍ଟନ l ସାରା ଦେଶରେ ପଂଚାୟତ ରାଜ ଦିବସ ପାଳିତ ହେଇଯାଇଛି l ଭର୍ଚୁଆଲ୍ ମାଧ୍ୟମରେ ପଂଚାୟତର ବିକାଶକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥୁବା ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ l ଏହି ପରିପକ୍ଷରେ କୋରେଇ ବ୍ଲକ ବିଡ଼ିଓ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାତୀୟ ପଂଚାୟତ ରାଜ ଦିବସ କୋରେଇ ବ୍ଲକ କାର୍ଯ୍ୟାଳୟ ଅନୁଷ୍ଠିତ ହେଇଯାଇଛି l

ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକର ୨୮ଟି ପଂଚାୟତର ଲୋକ ପ୍ରତିନିଧି ଉପସ୍ଥିତ ରହି ଏହି ଦିବସକୁ ଉତ୍ସାହର ସହିତ ପାଳନ କରିଥିଲେ l ଏହି ଅଵସରରେ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ରେସନ କାର୍ଡର ଶୁଭାରମ୍ଭ କରିବା ସହିତ ହିତାଧିକାରୀଙ୍କୁ ବିଡ଼ିଓ ଶ୍ରୀ ସାହୁ କାର୍ଡ ବଣ୍ଟନ କରିଥିଲେ l

Leave a Reply

Your email address will not be published. Required fields are marked *