ବେଟ୍ରିକ୍ସ ବିଦ୍ୟାଳୟରରେ ଫାଦର ମାରିଆନଙ୍କ ୧୯ ତମ ଶ୍ରାଦ୍ଧ ଦିବସ ପାଳନ

ପୁରୀ ବଳିଆପଣ୍ଡାସ୍ଥ ବେଟ୍ରିକ୍ସ ବିଦ୍ୟାଳୟ ପରିସରରେ, ବିଦ୍ୟାଳୟର ପ୍ରତିଷ୍ଠାତା ଫାଦର ମାରିଆନ୍ ଜେଲାଜାକଙ୍କର ୧୯ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ଭଜନ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟିକୁ ମୋଷ୍ଟ ରେଭରେଣ୍ଟ ଆର୍ଚ ବିଷପ ଜନ୍ ବରୁଆ ମହୋଦୟ ଉଦ୍ଘାଟନ କରିବା ସହ ଫାଦର ମାରିଆନଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଲେ ଫାଦର ମାରିଆନ୍ ଥିଲେ ସାଧାରଣ ଜନତାର ସେବକ । ସମାଜରେ ଅବହେଳିତ ଦଳିତ ତଥା କୁଷ୍ଠ ରୋଗୀ ମାନଙ୍କ ପାଇଁ ସେ ଥିଲେ ଜଣେ ଦେବଦୂତ । ବିଦ୍ୟାଳୟର ସଂପାଦକ ଫାଦର ବାପ୍ଟିଷ୍ଟ ଡ଼ି ସୌଜା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଲୁ ବୀରେନ୍ଦ୍ର କୁଜୁରୁ ଅନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଝାରସୁଗୁଡାରୁ ଆସିଥିବା ଆନରୋଲ୍ଡ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ଆଶିସ୍ କୁମାର ଓ ଅନ୍ୟ କଳାକାରମାନେ ଭଜନ ପରିବେଷଣ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର କର, ନିବେଦିତା ଖୁଣ୍ଟିଆ, ଛାତ୍ରୀ ସ୍ୱୟଂଶ୍ରୀୟା ନନ୍ଦ ଭକ୍ତି ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫାଦର କୋରିଆନ, ଫାଦର ପର୍ଲ , ଶ୍ରୀ ଏ.ଏଲ.ନାଇଡୁ, ଡ.ଅରୁଣ କୁମାର ମିଶ୍ର, ଶ୍ରୀ ଦୁର୍ଗା ଚରଣ ଖୁଣ୍ଟିଆ, ଶ୍ରୀ ତ୍ରିଲୋଚ଼ନ ଦାସ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର ପ୍ରମୁଖ ଅତିଥିମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହୁଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଜୟନ୍ତ କୁମାର ମହାପାତ୍ର ଓ ଯଜ୍ଞଦତ୍ତ ପାଇକା ସଭା ପରିଚାଳନା କରିଥିଲେ। ଡଃ ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।