ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଭୁବନେଶ୍ୱର-ତା.୧.୫.୨୦୨୫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଜଜ୍ କୋର୍ଟସ୍ଥିତ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଭୁବନେଶ୍ଵରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା, ଭୁବନେଶ୍ୱର ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ଶ୍ରମ କମିଶନର ଅଜୟ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରମିକ ମାନଙ୍କ ପାଇଁ ଆଇନରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଶ୍ରମିକ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୪ ଜଣ ଶିଶୁଙ୍କୁ ସେମାନଙ୍କ ଉନ୍ନତ ମାନର ଶିକ୍ଷା ପାଇଁ ସର୍ବମୋଟ ୧ ଲକ୍ଷ୍ୟ ୫୬ ହଜାର ୪ ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିଭଳି ବୈବାହିକ ସହାୟତା ବାବଦକୁ ଦୁଇ ଜଣଙ୍କୁ ଏକ ଲକ୍ଷ ଟଙ୍କା, ଚାରି ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୧୧ ଲକ୍ଷ୍ୟ ଟଙ୍କା, ତିନି ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା ବେଳେ ୧୧୪ ଜଣ ଶ୍ରମିକ ମାନଙ୍କୁ ସେମାନଙ୍କ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ପ୍ରାଧିକରଣ ସଚିବ ଶ୍ରୀମତୀ ସଲୋମୀ ସାହୁ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ସହ ଆଜିର ଶ୍ରମିକ ଦିବସ ପାଳନ ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଏହାର ଆବଶ୍ୟକତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ୍ ଶ୍ରୀ ମଦନ ଲାଲ କେଡିଆ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ଦେବାଶିଷ ରାଉତ, ବରିଷ୍ଠ ଦେୱାନି ବିଚାରପତି ମୁସାରତ୍ ଯାହିନଙ୍କ ସମେତ ବହୁ ବିଚାର ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇ ଶ୍ରମିକ ଦିବସର ବହୁ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ୱେତା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ସ୍ଥାନୀୟ ବିଶ୍ଵ ବିଦ୍ୟାଳୟ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯଥା ପ୍ରାଧିକରଣଙ୍କ ନ୍ୟାୟ ଅଧିକାର ମିତ୍ର ଯଶ୍ମିନ ଗିରି, ଆକାଂକ୍ଷା ସାମଲ, ଏଲ୍ କୁମାର, ଅର୍ପିତା ମହାନ୍ତି ଓ ମହେଶ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହାୟତା କଲେ।