ରାୟଗଡ଼ାରେ ହାର୍ଡକୋର୍ ମାଓବାଦୀ ବିଜୟ ପୁନେମର ଆତ୍ମସମର୍ପଣ

ରାୟଗଡ଼ା-୨୭/୫-ମଙ୍ଗଳବାର ଦିନ ହାର୍ଡକୋର୍ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ରାୟଗଡ଼ା ଜିଲ୍ଲା ପୋଲିସ ସୁପରିଣ୍ଡେଣ୍ଟ (SP) ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି l ଏନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ମାଓବାଦୀ ବିଜୟ ପୁନେମଙ୍କ ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ l ସେ ୨୦୦୯ ମସିହାରେ ସିପିଆଇ (ମାଓବାଦୀ) ଦଳରେ ଯୋଗ ଦେଇଥିଲେ ଓ ପରେ ଏସିଏମ ପଦବୀ ପାଇଥିଲେ l ସେ ଛତିଶଗଢ଼ ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଅଞ୍ଚଳରେ ୧୫ ବର୍ଷ ଧରି ସକ୍ରିୟ ମାଓବାଦୀ ଭାବେ କାମ କରିଥିଲେ l

ତାଙ୍କ ଆତ୍ମସମର୍ପଣ ସମୟରେ ଜବତ ହୋଇଥିଲା ୯ ଏମ୍ଏମ୍ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ଏକ ୱାକି ଟକି ସେଟ୍ lବିଜୟଙ୍କ ଆତ୍ମସମର୍ପଣ ପଛରେ ମୂଖ୍ୟ କାରଣ ଥିଲା ମାଓବାଦୀ ନେତୃତ୍ୱର ଅସ୍ୱାଭାବିକ ବ୍ୟବହାର ଭୁଲ ଧାରଣା, ଖାଦ୍ୟ ଓ ପାଣିର ଅଭାବ, ସୁରକ୍ଷା ବାହିନୀଙ୍କ ନିରନ୍ତର ଅପରେସନ୍ ଓ ଓଡ଼ିଶା ସରକାରଙ୍କ ପୁନର୍ବାସ ଯୋଜନାରୁ ଲାଭ ପାଇବା ଆଶା l ସେ ଏବେ ଘର ନିର୍ମାଣ, ଶିକ୍ଷା ଓ ବୃତ୍ତିମୂଳକ ତାଲିମ ପାଇଁ ସରକାରଙ୍କ ସହଯୋଗ ମିଳିବାକୁ ଅପେକ୍ଷା କରୁଛନ୍ତି l

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *