ବିଶ୍ବ ନିୟନ୍ତକ ହରି

ବିଶ୍ବ ନିୟନ୍ତକ ହରି
କାଇଁଚ ମାଳିଆ ମୟୁର ଚୁଳିଆ
ବିଶ୍ବ ନିୟନ୍ତକ ହରି
ସମସ୍ତ ଙ୍କ ଦୁଃଖ ସୁଖ ର ସାରଥି
କେହି ନୁହେଁ ତୁମ ପରି।
ତୁମେ ଜଗନ୍ନାଥ ତୁମେ ନାରାୟଣ ତୁମେ ହେ ଲକ୍ଷ୍ମୀ ବଲ୍ଲଭ
ତୁମେ ବିଷ୍ଣୁ ପରା ଅନନ୍ତ ଶୟନ ତୁମ ଦୃଶ୍ୟ ଯେ ଦୁର୍ଲ୍ଲଭ।
କ୍ଷୀର ସାଗର ରେ ଶୟନ ତୁମର
କ୍ଷୀର ଚୋରା ଗୋପିନାଥ
ତୁମେ ପରା ଅଟେ ବିଶ୍ବ ନିୟନ୍ତକ
ସମସ୍ତ ଜନଙ୍କର ନାଥ।
ନୀଳ ମାଧବଙ୍କ ନାମରେ ତୁମକୁ ପୂଜିଲେ ଶବର ରାଜା
ତାଙ୍କରି ପୂଜା ରେ ତୃପତି ଲଭିଲ
ପାଇ ଜଙ୍ଗଲ ରେ ପୂଜା।
ରାଜା ଇନ୍ଦ୍ରଦ୍ୟୁମ୍ନ ତୁମ ପାଇଁ ଧନ୍ଯ
ସହିତ ଗୁଣ୍ଡିଚା ରାଣୀ
ଗୁଣ୍ଡିଚା ମନ୍ଦିରେ ଦରଶନ ଦେଲ
ଜନମ ବେଦୀ ସେ ପୁଣି।
ଆହେ ଦୀନବନ୍ଧୁ ଦୟାମୟ ହରି
ଘେନ ପ୍ରଣତି ମୋହର
ଅନ୍ତିମ ସମୟେ ଦରଶନ ଦେବ
ଏତିକି ଗୁହାରି ମୋର।
ମୁଢ ହରିହର ମୁଁ ଛାର ମାନବ
ଦୋଷ ଥିଲେ କର କ୍ଷମା
ସମସ୍ତ ହୃଦୟେ ତୁମେ ପୂଜା ପାଅ
ତୁମେ ଚଳନ୍ତି ପ୍ରତିମା।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ