୬୦ ହଜାର ଟଙ୍କା ଲାଞ୍ଚ ନେଉ ଥିଲା ବେଳେ ଆରଆଇ ଓ ସହ ଯୋଗୀଙ୍କୁ କାବୁ କଲା ଭିଜିଲାନ୍ସ ।

ଢେ଼ଙ୍କାନାଳ ରାସୋଳ ଥାନା ଗଣ୍ଡାନାଳୀ ଆରଆଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ନୂଆବଗ ଗ୍ରାମର ଅଷ୍ଟମୀ ସାହୁଙ୍କର ୪ଟି ଜାଗାବାଡିର କିସମ ପରିବର୍ତ୍ତନ କରିବା ପାଇଁ ୬୦ ହଜାର ଟଙ୍କା ଗଣ୍ଡାନାଳୀ କାର୍ଯ୍ୟାଳୟ ଠାରେ ପିଅନଙ୍କ ହାତରେ ଲାଞ୍ଚ ନେଉ ଥିଲାବେଳେ ଭିଜିଲାନ୍ସ କାବୁ କରିବାରେ ସଫଳ ହୋଇଛି । ଏହା ସହିତ ଆରଆଇ ଶଶିଭୂଷଣ ବେହେରାଙ୍କ ଯୋରନ୍ଦା ଖଙ୍ଖର ସ୍ଥିତ ପୈତୃକ ଘର,ଗଣ୍ଡାନାଳୀ କାର୍ଯ୍ୟାଳୟ ଏବଂ ଢେ଼ଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ଭଡ଼ାଘରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିବା ସହ ଗଣ୍ଡାନାଳୀ ଆରଆଇ ଓ ପିଅନ ବିଷ୍ଣୁବଲ୍ଲଭ ଖଟୁଆଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *