ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜ୍ୟେଷ୍ଠ କବିତା ଆସର।

ପୁରୀ : ୨୯/୫/୨୦୨୫ସନ୍ଧ୍ୟାରେ ସବିତା ସ୍ମୃତି ସାହିତ୍ୟ ସଂସଦରେ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜ୍ୟେଷ୍ଠ କବିତା ଆସର। ଏହା ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଗଳ୍ପ ସଂକଳନ ‘ଧୂସର ଗୋଧୂଳି’ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ‘ନୀଳଚକ୍ର ବାନା’ର ସଂପାଦିକା ପୈ।ର୍ଣ୍ଣମାସୀ ଦେବୀ , ଦିବ୍ୟ ଦର୍ଶନ ର ସଂପାଦିକା ପ୍ରବାସିନୀ ମିଶ୍ର, ଶିକ୍ଷାବିତ ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ମହେଶ୍ୱର ଜେନା, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ସୈ।ମେନ୍ଦ୍ର ଦାସ, ଇଞ୍ଜିନିୟର କିଶୋର ଦାସ ପ୍ରମୁଖ ଯୋଗଦେଇ ଉନ୍ମୋଚିତ ସଂକଳନ ସମ୍ପର୍କରେ ନିଜ ବକ୍ତବ୍ୟ ରଖିବା ସହିତ ନିଜ ନିଜ କବିତା ପାଠ କରିଥିଲେ। ଶେଷରେ ଲକ୍ଷ୍ମୀପ୍ରିୟା ଚିହ୍ନରା ସଂଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *